ପରିବାର ପାଇଁ ପ୍ରକୃତିଙ୍କୁ ନା କହିବେ ବାବୁସାନ୍‌, ରାତିଅଧରେ କଲେ ପୋଷ୍ଟ

ଭୁବନେଶ୍ବର: ବିବାଦ ପରେ ମୁହଁ ଖୋଲିଲେ ବାବୁସାନ୍ । ପରିବାର ପାଇଁ ପ୍ରକୃତିଙ୍କ ସହ ଆଉ ଫିଲ୍ମ କରିବେନି ବୋଲି କହିଛନ୍ତି ଅଭିନେତା ବାବୁସାନ୍‌ ମହାନ୍ତି । ଦରକାର ପଡ଼ିଲେ କୌଣସି ହିରୋଇନଙ୍କ ସହ ବି ଫିଲ୍ମ କରିବେନି ବୋଲି ସେ କହିଛନ୍ତି । ରାତି ଅଧରେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅଭିନେତା ବାବୁସାନ ।

ଭିଡିଓରେ ସେ କହିଛନ୍ତି ପରିବାରରେ ଯଦି ଏତେ ସମସ୍ୟା ରହୁଛି, ତେବେ ପ୍ରକୃତିଙ୍କ ସହ ଆଉ ଫିଲ୍ମ କରିବିନି । ଚେନ୍ନାଇ ଓଡ଼ିଆ ସମାଜ ପକ୍ଷରୁ ତାଙ୍କୁ ଉତ୍କଳ ଦିବସ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଯେଉଁଠିକି ପ୍ରକୃତି ମିଶ୍ରଙ୍କୁ ବି ନିମନ୍ତ୍ରଣ କରାଯାଇଥିଲା । ନିକଟରେ ପ୍ରକୃତି ଓ ବାବୁସାନ୍‌ଙ୍କ ଫିଲ୍ମ ପ୍ରେମମ୍ ରିଲିଜ ହେବାକୁ ଯାଉଛି ।

ଯାହାର ପ୍ରମୋସନ ସହ ନୂଆ ଏକ ଫିଲ୍ମର ନାଁ ଘୋଷଣା କରିବାକୁ ସେ ଚେନ୍ନାଇ ଯାଉଥିଲେ । ହେଲେ ସେଠାକୁ ଯିବା ସମୟରେ ରାଜରାସ୍ତାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବାବୁସାନ୍‌ ଓ ପ୍ରକୃତିଙ୍କ କାରକୁ ବିଚ୍‌ ରାସ୍ତାରେ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ ପତ୍ନୀ ତୃପ୍ତି  । ଯେଉଁଥିପାଇଁ ପ୍ରକୃତିଙ୍କ ପରିବାର ଓ ତୃପ୍ତିଙ୍କ ପକ୍ଷରୁ ଖାରବେଳ ନଗର ଥାନାରେ ଦୁଇ ଦୁଇଟି ମାମଲା ରୁଜୁ ହୋଇଛି।