ପ୍ରେମିକ ସହ ପଳାଇବାରୁ ଝିଅକୁ ଶୁଦ୍ଧି ହୋଇଗଲେ ପରିବାର ଲୋକେ

ମାହାଙ୍ଗା: ପ୍ରେମିକ ସହ ପଳାଇ ଯାଇଥିବା ଝିଅକୁ ଶୁଦ୍ଧି ହେଲେ ପରିବାର ଲୋକେ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁରେ ଘଟିଛି ଏମିତି ଘଟଣା । ଗାଁର ବିଶ୍ୱଜିତ ମହାପାତ୍ରଙ୍କ ଝିଅ ପାୟଲ ମହାପାତ୍ର ସେହି ଗାଁର ଆକାଶ ଚନ୍ଦ୍ର ବେହେରାଙ୍କୁ ଭଲ ପାଉଥିଲେ । ତାଙ୍କ ସହ ପାୟଲ ଘର ଛାଡି ଚାଲିଯିବାରୁ ପରିବାର ଲୋକେ ଝିଅର ଏକାଦଶ ଓ ଦ୍ଵାଦଶ କର୍ମ କରିଛନ୍ତି ।

ପାୟଲଙ୍କ ବାପା ବିଶ୍ୱଜିତ ମହାପାତ୍ର ଲଣ୍ଡା ହୋଇ ଝିଅର ସମସ୍ତ କର୍ମ କରିଛନ୍ତି । କର୍ମରେ ବ୍ରାହ୍ମଣ ଭୋଜନ ସହ ଗ୍ରାମବାସୀଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା । ସେପଟେ ପାୟଲ ଆକାଶଙ୍କୁ ବିବାହ କରିଛନ୍ତି  । ନିଜ ଇଚ୍ଛାରେ ଘର ଛାଡ଼ି ଯାଇଥିବା କହିଛନ୍ତି ପାୟଲ । ତାଙ୍କୁ ୧୮ ବର୍ଷ ହୋଇଥିବାରୁ ସେ ନିଜ ନିଷ୍ପତ୍ତି ନିଜେ ନେଇପାରିବେ ବୋଲି କହିଛନ୍ତି ।