ହଷ୍ଟେଲରୁ ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ପରିବାର ଲୋକେ ନେଉନାହାନ୍ତି ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ହଷ୍ଟେଲରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା। ଶବ ବ୍ୟବଚ୍ଛେଦ ପରେ ମୃତଦେହ ନେଉନାହାନ୍ତି ପରିବାର ଲୋକେ । ଗତକାଲି ରାତିରେ ମୃତ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରିବା ସହିତ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାର ପ୍ରତିଶୃତି ଦେଇଥିଲା ପ୍ରଶାସନ । ହେଲେ ପରିବାର ଲୋକେ ବିଦ୍ୟାଳୟ ଯାଇ ସିସିଟିଭି ଫୁଟେଜ ଦେଖି ଆସିବା ପରେ ଅସନ୍ତୋଷ ଜାହିର କରିଥିଲେ । ଛାତ୍ରୀ ମୃତ୍ୟୁ ଘଟଣାରେ ସନ୍ଦେହ ସୃଷ୍ଟି ହେବା ପରେ ମୃତଦେହ ନେଉନାହାନ୍ତି ପରିବାର ଲୋକେ । ବିଦ୍ୟାଳୟର ପ୍ରଧାନଶିକ୍ଷକ, ମ୍ୟାଟ୍ରୋନ ଏବଂ ପିଅନଙ୍କୁ କୋର୍ଟ ଚାଲାଣ ସହିତ କ୍ଷତିପୂରଣ ଏବଂ ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ବଦଳି ଦାବି କରି ଜିଦିରେ ଅଡ଼ି ବସିଛନ୍ତି ପରିବାର ଲୋକ । ଯାହାକୁ ନେଇ ପ୍ରଶାସନ ଏବେ ନାକେଦମ ହୋଇଛି ।