ମରି ବି ଅମର ହୋଇଯାଇଛନ୍ତି ‘ଦିଲ୍ଲୀ’ ; ଦୁର୍ଘଟଣାରେ ମୃତ ଯୁବକଙ୍କ ଅଙ୍ଗଦାନ କଲେ ପରିବାର

1 min read

ରାୟଗଡା : ଦୁର୍ଘଟଣାରେ ମୃତ ଯୁବକଙ୍କ ଅଙ୍ଗଦାନ କଲେ ପରିବାର । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଗେଡା ଗାଁର ଦିଲ୍ଲୀ ମାଣ୍ଡାଙ୍ଗୀ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ତାଙ୍କୁ ଆନ୍ଧ୍ର ଶ୍ରୀକାକୁଲମ୍ GEMS ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରୁ ଡାକ୍ତର ତାଙ୍କର ବ୍ରେନ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ମୃତ୍ୟୁ ହୋଇଥିବା ଜାଣିବା ପରେ ବାପା ସତ୍ୟ ମାଣ୍ଡାଙ୍ଗୀ ତାଙ୍କ ପୁଅର ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପରେ ତାଙ୍କ ଶରୀରରୁ ଦୁଇଟି କିଡିନୀ, ଫୁସଫୁସ, ଲିଭର ବାହାର କରାଯାଇ ୬ ଜଣ ରୋଗୀଙ୍କ ଠାରେ ପ୍ରତ୍ୟାରୋପଣ କରାଯାଇଥିଲା ।

ଆନ୍ଧ୍ର ସରକାର ଶ୍ରୀକାକୁଲମ୍ ଠାରେ ଗ୍ରୀନ୍ କରିଡର କରି ଏୟେରାଲିଫଟ କରିବାର ବ୍ୟବସ୍ଥା କରି ଅର୍ଗାନ ଗୁଡ଼ିକୁ ବିଶାଖପାଟଣା କିମ୍ସ ମେଡିକାଲକୁ ପଠାଇଥିଲେ । ମେଡିକାଲ କର୍ତ୍ତୃପକ୍ଷଙ୍କ ସହାୟତାରେ ମର ଶରୀର ଆଜି ରେଗେଡା ଗ୍ରାମରେ ପହଞ୍ଚିଥିଲା । ଗୁଣୁପୁର ବିଧାୟକ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଏହି ମହତ କାର୍ଯ୍ୟପାଇଁ ପ୍ରଶଂସା କରିଥିଲେ । ମୃତ ଦିଲ୍ଲୀ ପାଲକା ଓ ଦୁଇଜଣ ବନ୍ଧୁ ମିଶି ବାଇକ୍ ଯୋଗେ ଗଜପତୀ ଜିଲ୍ଲା ରଶିଆଳି ଅଭିମୁଖେ ଯାଉଥିବାବେଳେ ଗତ ୭ ତାରିଖ ଦିନ ଘଟିଥିଲା ଦୁର୍ଘଟଣା ।