ଝାରସୁଗୁଡା ପରିବାର ଆତ୍ମହତ୍ୟା ମାମଲା: ପୁଅ ପରେ ଆଜି ଆଖିବୁଜିଲେ ମାଆ, ଝିଅ

ଝାରସୁଗୁଡ଼ା: ଝାରସୁଗୁଡ଼ା ଲହଣ୍ଡାବୁଡ଼ରେ ୫ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ଜଣଙ୍କ ପରେ ଜଣେ ଆଖି ବୁଜୁଛନ୍ତି ପରିବାରର  ସଦସ୍ୟ । ଗତକାଲି ଭାଇ ପ୍ରାଣ ହରାଇଥିଲେ । ଆଜି ଆଖି ବୁଜିଲେ ମା ଓ ଭଉଣୀ । ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଭଉଣୀ ପିଙ୍କି ଓ ମା’ ପୁଷ୍ପ।ବତୀଙ୍କ ମୃତ୍ୟୁ ହୋଇଛି । ଗତକାଲି ଭାଇ ଶ୍ରୀକାନ୍ତ ବିଶ୍ୱାଳ ପ୍ରାଣ ହରାଇଥିଲେ ।

ଗତ ୨ଦିନ ତଳେ ସାନଭାଇକୁ ହରାଇବା ଦୁଃଖରେ ୩ ଭଉଣୀଙ୍କ ସହ ମା ଓ ଭାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି ।

ବଡ଼ ପୁଅ ଚାଲିଗଲା ବୋଲି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲା ପୁରା ପରିବାର…

Leave a Reply