ଗାଈ ବନ୍ଧାକୁ କେନ୍ଦ୍ର କରି ମହିଳାଙ୍କୁ ନିସ୍ତୁକ ମାଡ; ଏତଲା ପରେ ଗିରଫ ହେଲେ ଦୁଇଜଣ

ଗାଈ ବନ୍ଧାକୁ କେନ୍ଦ୍ରକରି ମହିଳାଙ୍କୁ ନିସ୍ତୁକ ମାଡ଼ । ଅତ୍ୟାଚାରର ସୀମା ସରହଦ ଟପି ଖୋର୍ଦ୍ଧାରେ ଘଟିଛି ଏଭଳି ଘଟଣା । ଖୋର୍ଦ୍ଧା ବୋଲଗଡ଼ ବ୍ଲକ୍ କଡ଼ବ ଗାଁର ମିନିକା ବଳବନ୍ତରାୟ ଓ ତାଙ୍କ ପଡ଼ୋଶୀଙ୍କ ଘର ମଧ୍ୟରେ ରାସ୍ତାରେ ଗାଈ ବନ୍ଧାକୁ ନେଇ ବିବାଦ ଉପୁଜିଥିଲା । ମିନିକା ନିଜ ଗାଈକୁ ରାସ୍ତା ବାନ୍ଧିଥିବା ହେତୁ ପଡୋଶୀ ଏନେଇ ତାଙ୍କୁ ତାଗିଦ୍ କରି ଆସୁଥିଲେ । ତେବେ ସେ ପଡୋଶୀଙ୍କ କଥାକୁ ଭ୍ରୁକ୍ଷେପ ନକରିବା ହେତୁ ଏହି ଗଣ୍ଡଗୋଳ ହୋଇଥିଲା ।
ଘଟଣା ଅନୁଯାୟୀ, ହଠାତ କିଛି ଲୋକ ଆସି ମିନିକାଙ୍କୁ ଆକ୍ରମଣ କରିଥିଲେ । ଏତିକିରେ ଆକ୍ରମଣକାରୀଙ୍କ ମନ ମାନି ନଥିଲା । ସେମାନେ ମିନିକାଙ୍କ ଘର ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ବେଗୁନିଆ ଥାନରେ ଏତଲା ପରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ ।