ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ସାମିଲ ରହିଛନ୍ତି ଓଡ଼ିଶାର ୨ ବିଧାୟକ

ଭୁବନେଶ୍ୱର: ଦୁଇ ବିଧାୟକ ଶ୍ରେଷ୍ଠ । ଦେଶର ୫୦ ଶ୍ରେଷ୍ଠ ବିଧାୟକଙ୍କ ତାଲିକାରେ ରାଜ୍ୟର ଦୁଇ ଜଣଙ୍କ ନାମ ସାମିଲ ଅଛି । ଏମାନେ ହେଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଫେମ ଇଣ୍ଡିଆ ତରଫରୁ ସାରା ଦେଶର ବିଭିନ୍ନ ରାଜ୍ୟର ୩ ହଜାର ୯୫୮ ବିଧାୟକଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଏକ ସର୍ଭେ କରାଯାଇଥିଲା ।

ସର୍ଭେ ପରେ ଏକ ଶ୍ରେଷ୍ଠ ୫୦ ଜଣିଆ ତାଲିକା ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ ପ୍ରଣବ ପ୍ରକାଶ ଦାସ ବିଜୁ ଜନତା ଦଳର ବିଧାୟକ ଅଟନ୍ତି ଓ ଦଳର ସାଙ୍ଗଠନିକ ସମ୍ପାଦକ ଭାବେ କାର୍ଯ୍ୟରତ । ଅନନ୍ୟପକ୍ଷରେ ଶ୍ରେଷ୍ଠ ବିଧାୟକ ତାଲିକାରେ ଥିବା ତାରା ପ୍ରସାଦ ବାହିନୀପତି ଭାରତୀୟ ଜାତୀୟ କଂଗ୍ରେସର ବିଧାୟକ ଅଟନ୍ତି ।

କୋରାପୁଟ ଭଳି ଏକ ଆଦିବାସୀ ପ୍ରବଣ ଜିଲ୍ଲାରେ ଜଣେ ଦାୟିତ୍ୱବାନ ବିଧାୟକ ଭାବେ କାର୍ଯ୍ୟ କରି ସେ ବେଶ ଲୋକପ୍ରିୟତା ହାତେଇଛନ୍ତି । ଏବେ ତାଲିକାରେ ଏହି ବିଧାୟକ ଦ୍ୱୟଙ୍କ ନାମ ଆସିବା ପରେ ସମର୍ଥକଙ୍କ ଶୁଭେଚ୍ଛା ଛୁଟିଛି ।

Leave a Reply