ଧରାପଡିଲା ମିଛ ଦୁଷ୍କର୍ମ, ମୃତ ଯୁବତୀଙ୍କ ଭାଇ ଗିରଫ

କୋରାପୁଟ: ଜୟପୁର ଚିଲିଗୁଡା ଗାଁରେ ଦୁଷ୍କର୍ମ ପରେ ହତ୍ୟା ନେଇ ମିଥ୍ୟା ଅଭିଯୋଗର ପର୍ଦ୍ଦାଫାସ । ଯୁବତୀଙ୍କ ପ୍ରେମିକଙ୍କୁ ଫସାଇବାକୁ ବିଦ୍ୟୁତ ଆଘାତଜନିତ ମୃତ୍ୟୁକୁ ଦୁଷ୍କର୍ମ ପରେ ହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଥିଲା । ଯୁବତୀଙ୍କ ଭାଇ ଓ ଗ୍ରାମବାସୀ ଏଭଳି ଉଦ୍ୟମ କରିଥିଲେ । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ତଦନ୍ତ କରି ସତ ସାମ୍ନାକୁ ଆଣିଛି । ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକଙ୍କ ମଧ୍ୟରେ ଯୁବତୀଙ୍କର ନିଜ ଭାଇ ଓ ସମ୍ପର୍କୀୟ ଭାଇ ଅଛନ୍ତି ।

ଏଥିରେ ଜଣେ ନାବାଳିକା ମଧ୍ୟ ସାମିଲ ଅଛି । ଚିଲିଗୁଡ଼ା ଗାଁର ଜଣେ ଯୁବତୀ ଜଙ୍ଗଲକୁ ନିଜ ପ୍ରେମିକଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ସେଠାରେ ଗ୍ରାମବାସୀମାନେ ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଗ୍ରାମବାସୀ ଓ ଯୁବତୀଙ୍କ ପରିବାର ଲୋକ ମିଶି ଉକ୍ତ ଘଟଣାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ କରିଥିଲେ । ଯୁବତୀଙ୍କ ପ୍ରେମିକ ଉପରେ ଦୋଷ ଲଦିଥିଲେ । ଶେଷରେ ସତ ସାମ୍ନାକୁ ଆସିଛି ।

Leave a Reply