ମିଛ ଅଡିଓ ଟେପ୍ ଭାଇରାଲ ପ୍ରସଙ୍ଗ: ଥାନାରେ ହାଜର ହେଲେ ଘରୋଇ ଚ୍ୟାନେଲର ବାର୍ତ୍ତା ସମ୍ପାଦକ

1 min read

ଭୁବନେଶ୍ୱର: ମିଛ ଅଡିଓ ଟେପ୍ ଭାଇରାଲ ପ୍ରସଙ୍ଗରେ ଶେଷରେ ଥାନାରେ ହାଜର ହେଲେ ସମ୍ପୃକ୍ତ ଚ୍ୟାନେଲର ବାର୍ତ୍ତା ସମ୍ପାଦକ । ସମ୍ପୃକ୍ତ ଚ୍ୟାନେଲର ଇନପୁଟ ହେଡ୍ ଓ ପିଆରଓ ମଧ୍ୟ ଥାନାରେ ହାଜର ହେଲେ । ଓଡ଼ିଶା ରିପୋର୍ଟର ବାର୍ତ୍ତା ସଂପାଦକ ଥାନାରେ ହାଜର ହୋଇଥିବା ସୂଚନା ମିଲିଛି । ହାଜର ପାଇଁ କ୍ୟାପିଟାଲ ଥାନା ପୋଲିସ କରିଥିଲା ନୋଟିସ । ଗତକାଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଥାନାରେ ହାଜର ହେଲେ ।

କୋଭିଡ୍‌ ହସ୍‌ପିଟାଲ ସଂପର୍କିତ ମିଛ ଅଡିଓ ପ୍ରାସାରଣକୁ ନେଇ ପୋଲିସକୁ ସହଯୋଗ କରିବା ପାଇଁ ସଂପୃକ୍ତ ଚ୍ୟାନେଲକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଚ୍ୟାନେଲର ଡିଜିଟାଲ ପ୍ଲାଟଫର୍ମରେ କୋଭିଡ୍ ହସ୍‌ପି୍ଟାଲ ସଂପର୍କରେ ବିଭ୍ରାନ୍ତିକର ଅଡିଓ ପୋଷ୍ଟ ହୋଇଥିଲା  । ଏହାକୁ ନେଇ ଚ୍ୟାନେଲ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା ଭୁବନେଶ୍ବର ମହାନଗର ନିଗମ  ।

କ୍ୟାପିଟାଲ ଥାନା ପକ୍ଷରୁ ହାଜର ହେବା ପାଇଁ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ସମନ କରାଯାଇଥିଲା । ସମନ ସତ୍ତ୍ୱେ ହାଜର ହୋଇନଥିଲେ ଚ୍ୟାନେଲ କର୍ତ୍ତୃପକ୍ଷ  । PROଙ୍କୁ ପଠାଇ ସମୟ ଗଡ଼ାଇ ଚାଲିଥିଲେ ଓ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ଚ୍ୟାନେଲ କର୍ତ୍ତୃପକ୍ଷ ।

Leave a Reply