ନନ୍ଦିଘୋଷ ଟିଭି ହାତରେ ରଙ୍ଗିଲା ବାବାଙ୍କ ଡିଜେ ଡ୍ୟାନ୍ସ ଭିଡିଓ

1 min read

ଆଠଗଡ଼:  ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲା ଆଶ୍ରମର ରଙ୍ଗିଲା ବାବା ଗିରଫ ପରେ ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳା କାରନାମା । ନନ୍ଦିଘୋଷ ଟିଭି ହାତରେ ଲାଗିଛି ବାବା କୈବଲ୍ୟ ଜାନିଙ୍କ ଏକ ଆଧୁନିକ ଗୀତରେ ଡ୍ୟାନ୍ସ ବେଳର ଏକ୍ସକ୍ଲ୍ୟୁସିଭ ଭିଡ଼ିଓ ।  ବାବା DJ ଗୀତର ତାଳେ ତାଳେ ବିଭୋର ହୋଇ ନାଚ ମଧ୍ୟ କରୁଥିଲେ ।

ଜଣେ ବାବା ହୋଇ ଏପରି ନାଚିବା କେତେ ଯୁକ୍ତି ଯୁକ୍ତ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ସୃଷ୍ଟି କରିଛି । ଅନ୍ୟପଟେ ଅପହରଣ ହୋଇଥିବା ଯୁବତୀଙ୍କୁ ଖୋର୍ଦ୍ଧା ଅଞ୍ଚଳରୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ଢେଙ୍କାନାଳ ପୋଲିସ୍ । ଗତକାଲି ବାବାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ କାରରୁ ମିଳିଥିଲା ଆପତ୍ତିଜନକ ସାମଗ୍ରୀ ।

ସୂଚନାଯୋଗ୍ୟ, ଯୁବତୀ ଅପହରଣ ମାମଲାରେ ଆଶ୍ରମରୁ ବାବାଙ୍କୁ କଟକ ପୋଲିସ ସହାୟତାରେ ଉଠାଇ ନେଇଥିଲା ଢେଙ୍କାନାଳ ପୋଲିସ । ଅପହୃତ ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ନେଇ ପୋଲିସ ବାବାଙ୍କୁ ଗିରଫ କରିଥିଲା ।