ନୟାଗଡରେ ଜାଲ ନୋଟ୍ ରାକେଟ, ଘରେ ମେସିନ୍‌ ରଖି ଛାପୁଥିଲେ ଟଙ୍କା…

ନୟାଗଡ: ନୟାଗଡରେ ଜାଲ ନୋଟ୍ ରାକେଟ । ରାକେଟରେ ୨ ଆଇନଜୀବୀଙ୍କ ସମ୍ପୃକ୍ତି ସୂଚନା । ଆଜି ଦୁଇଜଣ ବ୍ୟକ୍ତି ବାଇକ୍‌ କିଣିବା ପାଇଁ ୟାମହା ସୋ’ରୁମକୁ ଆସିଥିଲେ । ତେବେ ଗାଡି କିଣିବାକୁ ଦେଇଥିବା ଟଙ୍କା ମଧ୍ୟରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜାଲ୍ ବୋଲି ସୋ’ରୁମ କର୍ମଚାରୀ ଜାଣିବାକୁ ପାଇଥିଲେ । ସାଙ୍ଗେ ସାଙ୍ଗେ ନୟାଗଡ଼ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଯାଞ୍ଚ ପରେ ଜାଲ ନୋଟ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଗତ କିଛିଦିନ ହେବ ନୟାଗଡରେ ଜାଲ ନୋଟ କାରବାରର ରାକେଟ ସକ୍ରିୟ ଥିବା ଦେଖିବାକୁ ମିଳିଛି ।

ନୟାଗଡ଼ ଟାଉନ ଥାନା ଅଧୀନ ରାଜାବଗିଚା ଗଳିରେ ରହୁଥିବା ଜଣେ ଯୁବକ ନକଲି ଟଙ୍କା ବା ଜାଲ୍ ନୋଟ୍ ତିଆରି କରୁଥିବା ବେଳେ ଧରାପଡ଼ିଛନ୍ତି । ଯୁବକକଙ୍କ ନାମ ଦିବ୍ୟରଞ୍ଜନ ହୋତା(୪୨), ତାଙ୍କ ଘର ଖଣ୍ଡପଡ଼ା ଥାନା ଅନ୍ତର୍ଗତ କୋସ୍କା ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ ଦିବ୍ୟରଞ୍ଜନ ଆଜି ଅପରାହ୍ନରେ ଦୁର୍ଗାପ୍ରସାଦ ସ୍ଥିତ ୟାମାହା ସୋରୁମ୍ ଗାଡ଼ି କିଣିବାକୁ ଯାଇଥିଲେ। ଏନେଇ ସମସ୍ତ କାଗଜପତ୍ର କାମ ସରିବା ପରେ ସୋ’ରୁମରେ  ୧ଲକ୍ଷ ୨୫ ହଜାର ଟଙ୍କା ଜମା କରିଥିଲେ ।  କିନ୍ତୁ ଏସବୁ ୫୦୦ ଟଙ୍କିଆ ନୋଟ୍ ଦେଖି  ସୋରୁମ୍ କର୍ମଚାରୀମାନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଦିବ୍ୟରଞ୍ଜନ ଓ ତାଙ୍କ ସହଯୋଗୀଙ୍କୁ ସୋରୁମ୍ କର୍ତ୍ତୃପକ୍ଷ ଅଟକ ରଖି ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୁଲିସ ଏହି ନକଲି ଟଙ୍କାକୁ ଜବତ୍ କରିବା ସହିତ ଦିବ୍ୟରଞ୍ଜନଙ୍କ ଭଡ଼ା ଘରେ ଚଢାଉ କରିଥିଲା ।  ସେଠାରୁ ପ୍ରିଣ୍ଟର ସମେତ ଅନେକ ଚିରା ନୋଟ୍ ଆଦି ଜବତ କରିଛି ପୋଲିସ ।

Leave a Reply