ଦେଶରେ ହାତୀ ଚାଲାଣକାରୀ ଗ୍ୟାଙ୍ଗ୍,ଫେକ୍ NOCରେ ଯୋଜନା

ଭୁବନେଶ୍ୱର: ହାତୀ ଚୋରା ଚାଲାଣ ପଛରେ ବଡ ରାକେଟ । ବନ ବିଭାଗ ନାଁରେ ଫେକ ଏନଓସି ତିଆରି କରି ଅନ୍ୟ ରାଜ୍ୟରୁ ହାତୀ ଚାଲାଣ ପାଇଁ ଯୋଜନା ହେଉଛି । ଦେଶରେ କାମ କରୁଛି ଏମିତି ଏକ ହାତୀ ଚାଲାଣକାରୀ ସଂଗଠନ । ବନ ବିଭାଗର ବିନା ଅନୁମତିରେ ଏନଓସିକୁ ନକଲ କରାଯାଇ ଚିଠି ଲେଖାଯାଇଛି  । ଏହି ଘଟଣା ବିଷୟରେ ଖବର ପାଇବା ପରେ ବନବିଭାଗ ସମସ୍ତ ରାଜ୍ୟକୁ ଆଲର୍ଟ କରିଛନ୍ତି  ।

ଓ୍ବାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ସହ ସବୁ ରାଜ୍ୟର ପିସିସିଏଫଙ୍କୂ ଏନେଇ ଅବଗତ କରାଯାଇଛି । ଆସାମ ରୁ ଗୋଟିଏ ହାତୀ କୋରାପୁଟ ଆଣିବାକୁ ଆସାମ ବନ ବିଭାଗ କୁ ଦିଆଯାଇଥିଲା ଫେକ ଏନଓସି । ସେହିଭଳି ଗୁଜୁରାଟରୁ 6 ଟି ହାତୀ ଆଣିବାକୁ ପ୍ରୟାସ କରାଯାଇଥିଲା । ଏହି ସୂଚନା ପାଇବା ପରେ ଏନଓସି ନକଲି ବୋଲି ଜମା ପଡିଥିଲା  ।  ବନ ବିଭାଗ ସତ ଜାଣିବା ପରେ ଆସାମ ଓ ଗୁଜୁରାଟ ବନ ବିଭାଗକୁ ଏ ନେଇ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି ପିସିଏଫ୍ ।

ତେବେ ଏହି ଗ୍ୟାଙ୍ଗ ଏବେ ବନ ବିଭାଗର ମୁଣ୍ଡ ବିନ୍ଧା କରିଛି  । କାରଣ ବନ ବିଭାଗ ନାମରେ ଫେକ ଏନଓସି ତିଆରି ହୋଇଛି  । ଏବଂ ଅନ୍ୟ ରାଜ୍ୟକୁ ହାତୀ ଚାଲାଣ  କରିବା ନେଇ ଏହି ଏନଓସି ପଠାଯାଉଛି  । ଏହି ହାତୀ ଚାଲାଣକାରୀ ସଂଗଠନ ପରେ ଅନ୍ତରାଷ୍ଟ୍ରୀୟ  ଗ୍ୟାଙ୍ଗ କାର୍ଯ୍ୟ କରୁଥିବା ଅନୁମାନ କରାଯାଉଛି  । ଆଗାମୀ ଦିନରେ  ଏହିଭଳି ସଂଗଠନ ଉପରେ କିଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି  ।