କଟକରୁ ପୁଣି ନକଲି ଔଷଧ ଜବତ

1 min read

କଟକ: କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ । ଦୋଳମୁଣ୍ଡାଇ ନିକଟ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରୁ ଜବତ ହୋଇଛି ନକଲି ଔଷଧ । ପ୍ରାୟ ୧୫୦୦ ଷ୍ଟ୍ରିପ୍ ନକଲି ଟେଲମା ୪୦ ଜବତ କରିଛି କଟକ ପୁରୀ ଘାଟ ପୋଲିସ । ରାଜ୍ୟ ବାହାରୁ ଟ୍ରାନ୍ସପୋର୍ଟ ଯୋଗେ ଆସିଥିଲା ଔଷଧ । କଳାତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

ତେବେ ପୂର୍ବରୁ ମଧ୍ୟ ଖୋର୍ଦ୍ଧା ଏବଂ କଟକରୁ ନକଲି ଔଷଧ ଜବତ ହୋଇଛି । ଟେଲମା-୪୦ ଓ ଟାଲମା ଏମର ଅସଲି ଖୋଳରେ ନକଲି ଔଷଧ ବିକ୍ରି ରାକେଟର ପର୍ଦ୍ଦାଫାସ କରିଥିଲା ପୋଲିସ । କଟକରେ ଦୁଇ ଷ୍ଟକିଷ୍ଟଙ୍କୁ ଗିରଫ ମଧ୍ୟ କରିଥିଲା ପୋଲିସ । ସେବେଠୁ ତଦନ୍ତ ଚାଲିଥିଲା ଆଉ ଆଜି ପୁଣି ନକଲି ଟେଲମା ୪୦ ଜବତ ହୋଇଛି । ତେବେ ଏହାର ଚେର ଆହୁରି ଲମ୍ବିଥିବ ବୋଲି ପୋଲିସ ସନ୍ଦେହ କରୁଛି ।