ଚୋରା ବନ୍ଧୁକ ରଖିବା ମାମଲାରେ ନକଲି ସାମ୍ବାଦିକ ଗିରଫ

ଭଦ୍ରକ: ଜଣେ ନକଲି ସାମ୍ବାଦିକଙ୍କୁ ଚୋରା ବନ୍ଧୁକ ରଖିବା ମାମଲାରେ ଗିରଫ କରିଛି ବାସୁଦେବପୁର ଥାନା ପୋଲିସ୍ । ବାସୁଦେବପୁର ପୌରପାଳିକାର ସୁଙ୍ଗୁଡାରେ ସେକ୍ ସଲ୍ଲାମୁଦ୍ଦିନ ଓ ପୁଅ ସକିଲ୍ ମଧ୍ୟରେ ପାରିବାରିକ କଳହ ଲାଗିଥିଲା । ସକିଲ୍ ଉତ୍ତେଜିତ ହୋଇ ଭୟଭୀତ କରିବା ପାଇଁ ନିକଟରେ ରଖିଥିବା ବନ୍ଧୁକ ଦେଖାଇ ଥିଲେ । ଏନେଇ ସକିଲର ଭାଉଜ ସଜଦା ବିବି ବାସୁଦେବପୁର ଥାନାର ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରି ସକିଲକୁ ପୋଲିସ ଗିରଫ କରିଛି । ପୋଲିସ ସୁଙ୍ଗୁଡାରେ ଚଢାଉ କରି ବେଆଇନ ଭାବେ ରଖିଥିବା ଚୋରା ବନ୍ଧୁକ ଓ ଗୋଟିଏ ଖୋକା ଜବତ କରିଛି । ସକିଲ୍ ଗୁଆ କାଟି ବେପାର କରନ୍ତି । ଏହାସହ ୟୁଟୁବ ସାମ୍ବାଦିକ କହି ବୁମ୍ ଓ କାର୍ଡ ଧରି ବୁଲୁଥିଲେ । ତେବେ ପୋଲିସ ଏହି ମାମଲାର ସନ୍ଧାନ ଜାରି ରଖିଛି ।

Leave a Reply