spot_img

Latest Posts

ଏପରି ଇମେଲ୍ ଠାରୁ ସାବଧାନ ରୁହନ୍ତୁ, ନଚେତ୍ ଆପଣଙ୍କ ଫେସବୁକ୍ ହୋଇପାରେ ହ୍ୟାକ୍…

ନନ୍ଦିଘୋଷ ବ୍ୟୁରୋ: ଟେକନ୍ନୋଲୋଜି ଯେତେ ଉନ୍ନତ ହେଉଛି , ଅପରାଧ ସେତେ ବଢୁଛି । ଏବେ ସାଇବର କ୍ରାଇମ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଯଦି ଆପଣ  ଜିମେଲ୍ ବ୍ୟବହାର କରୁଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ । ଏବେ ଏକ ନୂଆ ପ୍ରକାର ସ୍କାମ୍ ଚାଲିଛି । ଯାହା ଦ୍ବାରା ଆପଣଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହେବାର ସମ୍ଭାବନା ରହିଛି ।

ଏବେ ଜିମେଲ୍ ଏବଂ ହଟମେଲ୍ ୟୁଜର୍ସଙ୍କୁ ସାବଧାନ ହୋଇଯାଆନ୍ତୁ, ନଚେତ୍ ହ୍ୟାକ୍ ହୋଇପରେ ଆପଣଙ୍କ ଫେସବୁକ୍ ଆକାଉଣ୍ଟ । କାରଣ ୟୁଜର୍ସ ମାନଙ୍କୁ ଏକ ଫେକ୍ ଇମେଲ୍  ମାଧ୍ୟମରେ ଫେସବୁକ୍ ସପୋର୍ଟ ଟିମ୍ ନାମରେ ପଠାଯାଉଛି । ଏହି ଇମେଲ ଜରିଆରେ ୟୁଜର୍ସ ମାନଙ୍କୁ ଟାଗେର୍ଟ କରି ସେମାନଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ ଚେଷ୍ଟା କରାଯାଉଛି ।

ଏକ ରିପୋର୍ଟ ଅନୁଯାୟୀ , Trustwaveର ସାଇବର ସିକ୍ୟୁରିଟି ଏକ୍ସପର୍ଟ କହିଛନ୍ତି ଯେ, ମୁଖ୍ୟତଃ ଫ୍ରଡ୍ ବା ଠକେଇ ପାଇଁ ଯେଉଁ ଇମେଲ ପଠାଯାଇଥାଏ ସେଥିରେ ଆପଣଙ୍କ ଫେସବୁକ୍ ଆକାଉଣ୍ଟ ରିସ୍କରେ ଅଛି ବୋଲି ଦାବି କରାଯାଇଥାଏ । ଏଥିରୁ ବଞ୍ଚିବା ପାଇଁ ଏକ ଲିଙ୍କକୁ ଦବାଇବାକୁ କୁହାଯାଇଥାଏ । ଏହି ପ୍ରକାର ଫେସବୁକ୍ ୟୁଜରଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ପାଇବା ପାଇଁ ଏପରି ନକଲି ଲିଙ୍କ ଗୁଡ଼ିକୁ ଇମେଲ ମାଧ୍ୟମରେ ପଠାଯାଇଥାଏ । Trustwaveର  ଆଉ ଏକ ରିପୋର୍ଟରେ କୁହାଯାଇଛି ଯେ, ଆପଣଙ୍କୁ ଏପରି ମଧ୍ୟ ଇମେଲ କରାଯାଇଥାଏ , ଯେଉଁଥିରେ ଲେଖାଯାଇଥିବ, ଆପଣ କମ୍ୟୁନିଟି ଷ୍ଟାଟର୍ସ ଉଲଘଂନ କରିଥିବାରୁ ଆପଣଙ୍କ ଫେସବୁକ୍ ଆକାଉଣ୍ଟ ଡିଲିଟ୍ କରିବା ପାଇଁ ନିର୍ଦ୍ଧାରଣ କରାଯାଇଛି  । ସେଥିପାଇଁ ଏପରି କିଛି ଇମେଲ ଯଦି ଆପଣଙ୍କୁ ମିଳୁଛି ତାହାଲେ ଏଥିପ୍ରତି ସାବଧାନ ରୁହନ୍ତୁ ।

Latest Posts

Don't Miss