ବନ୍ଧାହେଲା ନକଲି ଡାକ୍ତର ରମେଶ ସ୍ବାଇଁର ଅସଲି ଡାକ୍ତରୀ ପତ୍ନୀ

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ବାଇଁର ଅସଲି ଡାକ୍ତରୀ ପତ୍ନୀ ଗିରଫ । ଅଭିଯୁକ୍ତ ମହିଳା ରସିକିଆ ଡାକ୍ତର ରମେଶ ସ୍ବାଇଁର ଦ୍ବିତୀୟ ପତ୍ନୀ । ଝାଡ଼ଖଣ୍ଡରୁ ଗିରଫ କରିଛି ସ୍ପେଶାଲ ସ୍କ୍ବାଡ ଓ ପିଙ୍କ ଟିମ । ଅଭିଯୁକ୍ତ ରସିକିଆ ଡାକ୍ତର ରମେଶ ସ୍ବାଇଁର ଦ୍ବିତୀୟ ପତ୍ନୀ ଥିଲେ ରମେଶର ଠକେଇ ସିଣ୍ଡିକେଟରେ ଅନ୍ୟତମ ମୁଖ୍ୟ ସହଯୋଗୀ ।

ରମେଶର ସମସ୍ତ ଠକେଇ ଟଙ୍କା ଦ୍ବିତୀୟ ପତ୍ନୀଙ୍କ ଆକାଉଣ୍ଟକୁ ଯାଉଥିଲା ବୋଲି ପୋଲିସ ଖୋଡତାଡରୁ ଜଣାପଡିଛି । ଠକେଇ ସିଣ୍ଡିକେଟ ନେଇ ଗିରଫ ପତ୍ନୀଙ୍କୁ ପଚରାଉଚରା କରୁଛି ଟିମ୍ । ଏହି ଠକେଇ ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ପୂର୍ବରୁ ରମେଶ ସହିତ ତା’ ଲିଙ୍କରେ ଭଉଣୀ, ଡ୍ରାଇଭର ଓ ବିଶ୍ୱ ରଞ୍ଜନ ଦାଶକୁ ଗିରଫ କରିଛି ପୋଲିସ ।

ରମେଶର ସମସ୍ତ ଜାଲ କାଗଜପତ୍ର ତିଆରି କରୁଥିଲା ବିଶ୍ୱ ରଞ୍ଜନ । ରମେଶଙ୍କୁ ପାଞ୍ଚ ପର୍ଯ୍ୟାୟରେ ରିମାଣ୍ଡରେ ଆଣି ଜେରା କରିଛି ଟିମ । ଖବର ଅନୁଯାୟୀ ନିଜକୁ ଡାକ୍ତର ଦର୍ଶାଇ ଅନେକ ମହିଳାଙ୍କୁ ବିବାହ କରିଥିଲା ରମେଶ ସ୍ୱାଇଁ  । ଏହା ପରେ ଅନେକ ମହିଳାଙ୍କ ଠାରୁ ମଧ୍ୟ ଟଙ୍କା ଲୁଟ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା  । କେବଳ ଓଡିଶାରେ ନୁହେଁ ଓଡିଶା ବାହାରେ ମଧ୍ୟ ରହିଛି ରମେଶର ସିଣ୍ଡିକେଟ ଲିଙ୍କ୍  ।