ରିମାଣ୍ଡର ଚତୁର୍ଥ ଦିନରେ ନକଲି ଡାକ୍ତର, ସିଣ୍ଡିକେଟରେ ଭଉଣୀ-ଭିଣୋଇ

ଭୁବନେଶ୍ୱର: ରିମାଣ୍ଡରେ ଠକେଇର ଗୁମର ଖୋଲୁଛି ନକଲି ଡାକ୍ତର ରମେଶ ସ୍ୱାଇଁ । ବୁଧବାର ରିମାଣ୍ଡର ଚତୁର୍ଥ ଦିନରେ ଖୋଳତାଡ଼ କରୁଛି ପୋଲିସ । ରମେଶଙ୍କ ଠକେଇ ସିଣ୍ଡିକେଟରେ ସାମିଲ ଥିଲେ ତାଙ୍କ ଭଉଣୀ ଆଉ ଭିଣୋଇ । ଗତକାଲି କେନ୍ଦ୍ରାପଡ଼ାର ଅସୁରେଶ୍ୱରରେ ଚଢାଉ କରିଥିଲା ପୋଲିସ । ଏହି ସମୟରେ ରମେଶଙ୍କ ଭିଣୋଇ ଖସିଯାଇଥିବାବେଳେ ତାଙ୍କ ଭଉଣୀଙ୍କୁ ଆଣି ପଚରାଉଚରା କରୁଛି ପୋଲିସ । ସେପଟେ ଠକ ନକଲି ଡାକ୍ତରଙ୍କ ବିରୋଧରେ ଲମ୍ବୁଛି ଠକେଇ ତାଲିକା ।

ଚାରା ଦେବା ନାଁରେ ୪ଲକ୍ଷ ଟଙ୍କା ଠକେଇ ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶ ରାଜମାଣ୍ଡରିର ଜଣେ ବ୍ୟବସାୟୀଙ୍କୁ ରମେଶ ଠକିଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଚାରା ନେଇ ଟଙ୍କା ଦେଇନାହାନ୍ତି ରମେଶ । ଅନ୍ୟରପଟେ ରମେଶଙ୍କ ବିରୁଦ୍ଧରେ ଆଉ ଜଣେ ଡାକ୍ତର ମଧ୍ୟ ଅଭିଯୋଗ ଆଣିଛନ୍ତି । କ୍ଲିନିକ୍ ଖୋଲି ସେଠାରେ ଅଧିକ ଲାଭ ପାଇଁ ନନ ବ୍ରାଣ୍ଡେଡ୍ ଔଷଧ ଲେଖିବାକୁ ରମେଶ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ଆସିଛି ।

Leave a Reply