ରାଜଧାନୀରେ ନକଲି କ୍ରାଇମ୍‌ବ୍ରାଞ୍ଚ ଅଫିସର: ଉଚିତ୍‌ ପରାମର୍ଶ ଦେଇ ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନା

Fake Crime Branch

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ନକଲି ପୋଲିସ୍ । ପୋଲିସ କହି ବରିଷ୍ଠ ନାଗରିକଙ୍କ ଠାରୁ କଳାକନା ବୁଲାଉଛନ୍ତି ଲୁଟେରା । ଆଖିପିଛୁଳାକେ ଲୁଟି ନେଉଛନ୍ତି ଟଙ୍କା । ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ ବାସୁଦେବ ଏନ୍‌କ୍ଲେଭ୍‌ ଫ୍ଲାଟ୍‌ରେ ରହୁଥିବା ବୃଦ୍ଧ ଦମ୍ପତି ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି ।

Fake Crime Branch

ଗତ ସୋମବାର ପଟିଆ ସ୍ୱର୍ଣ୍ଣପୁରୀ ରୋଡ୍‌ରେ ଘରକୁ ଯାଉଥିଲେ ବିଭୁତି ଭୂଷଣ ଅର୍ଚାଯ୍ୟ ଓ ତାଙ୍କ ପତ୍ନୀ ବିଜୟଲଷ୍ମୀ ଅର୍ଚାଯ୍ୟ । ସେହି ସମୟରେ ୨ ଜଣ ଲୁଟେରା ତାଙ୍କୁ ପଛରୁ ଡାକିଥିଲେ । ନିଜକୁ କ୍ରାଇମବ୍ରାଞ୍ଚ ଅଫିସରର ପରିଚୟ ଦେଇଥିଲେ ଦୁଇ ଲୁଟେରା । ସ୍ଥାନୀୟ ଅଞ୍ଚଳରେ ଲୁଟପାଟ୍‌ ଚାଲୁଥିବା ବେଳେ କାହିଁକି ଏତେ ପରିମାଣର ସୁନା ପିନ୍ଧିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ତୁରନ୍ତ ସୁନା ଅଳଙ୍କାରକୁ ଓହ୍ଲାଇ ଦେବା ପାଇଁ କହିଥିଲେ ।

Fake Crime Branch

ପରେ ବୃଦ୍ଧା ଦମ୍ପତି ସୁନା ଅଳଙ୍କାର ଓହ୍ଲାଇବା ମାତ୍ରେ ଚତୁରତାର ସହ ସୁନାକୁ ଲୁଟ କରିଥିଲେ ଦୁଇ ଦୁର୍ବୁତ୍ତ । ଇନ୍‌ଫୋସିଟି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଲୁଟେରାମାନଙ୍କୁ କାବୁ କରାଯିବ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାସ । ତେବେ ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ ପୁରୀ, କଟକ ଓ ବ୍ରହ୍ମପୁର ଆଦି ସହରରେ ଏଭଳି ଘଟଣା ଘଟିସାରିଛି । ତେଣୁ ରାଜଧାନିବାସୀ ସଚେତନ ହେବା ସହ ଅଜଣା ବ୍ୟକ୍ତିଙ୍କୁ ପୋଲିସ ନଭାବିବା ପାଇଁ ପରାମର୍ଶ ଦେଇଛନ୍ତି ଡିସିପି ।

Leave a Reply