ବରଗଡ଼ରୁ ନକଲି କରୋନା ପ୍ରତିଷେଧକ ଜବତ: ଟେଷ୍ଟିଂ ପାଇଁ ପଠାଗଲା ଭୁବନେଶ୍ୱର

1 min read

ବରଗଡ଼: ଜିଲ୍ଲାରେ ବିପୁଳ ପରିମାଣରେ ନକଲି କରୋନା ପ୍ରତିଷେଧକ ଜବତ ହୋଇଛି । ସମ୍ବଲପୁର ଏବଂ ବରଗଡ ଡ୍ରଗ୍ସ ଇନ୍ସପେକ୍ଟର ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଋଷୁଡ଼ା ଗାଁରେ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି କରୋନା ପ୍ରତିଷେଧକ ଜବତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରତିଷେଧକ ସିସି ଉପରେ କୋଭିଡ-୧୯ ଲେଖାଯାଇଛି  ।

ଘଟଣାରେ ନକଲି ଔଷଧ ତିଆରି କରୁଥିବା ଅଭିଯୋଗରେ ପ୍ରହଲ୍ଲାଦ ବିଶି ନାମକ ଯୁବକକୁ ନୋଟିସ ଜାରି କରାଯାଇଛି । ସେହିଭଳି ତଥାକଥିତ ଭ୍ୟାକ୍ସିନକୁ ପରୀକ୍ଷା ପାଇଁ ଭୁବନେଶ୍ୱର ଲ୍ୟାବକୁ ପଠାଯାଇଛି । ନୋଟିସ ଜାରି କରାଯାଇଥିବା ପ୍ରହଲ୍ଲାଦ ପୂର୍ବରୁ ବନ୍ଧ୍ୟାଦୋଷ ଦୂରୀକରଣ ପାଇଁ ଔଷଧ ତିଆରି କରୁଥିବା ଜଣାପଡ଼ିଛି  ।

ଏହାପରେ ସେ ଦୁଇଦିନ ତଳେ ବରଗଡ଼ ଜିଲ୍ଲା ଡ୍ରଗ୍ସ ଇନସ୍ପେକ୍ଟର ସସ୍ମିତା ଦେହୁରିଙ୍କୁ ଇମେଲ କରି ପ୍ରତିଷେଧକ ବିକ୍ରି ପାଇଁ ଅନୁମତି ମାଗିଥିଲେ । ଏହାପରେ ଡ୍ରଗ୍ସ ଇନସ୍ପେକ୍ଟର ଟିମ୍ ସହ ପହଞ୍ଚି ନକଲି କରୋନା ପ୍ରତିଷେଧକକୁ ଜବତ କରିଛି । ଏନେଇ ବରଗଡ଼ ଡ୍ରଗ୍ସ ଇନସ୍ପେକ୍ଟର ସସ୍ମିତା ଦେହୁରୀ ସବିଶେଷ ସୂଚନା ଦେଇଛନ୍ତି I

Leave a Reply