୫୦ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ: କମିଶନରେଟ ପୋଲିସ ଜାଲରେ ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀ
1 min read
ଭୁବନେଶ୍ୱର : ଡିସକାଉଣ୍ଟରେ କାର୍ ଦେବାକୁ କହି ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ମାମଲାରେ କମିଶନରେଟ୍ ପୋଲିସ କବଜାରେ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀ । ସ୍ୱାମୀ ଅକ୍ଷୟ ଗୌଡ଼ ଓ ସ୍ତ୍ରୀ ଉଷାରାଣୀ ବାରିକ ଅଟକ। ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, କ୍ଲିଅରାନ୍ସ ସେଲରେ ୫୦ ପ୍ରତିଶତ ରିହାତିରେ କାର୍ ବିକିବାକୁ ଦେଉଥିଲେ ଲୋଭନୀୟ ପ୍ରତିଶ୍ରୁତି। ମିଛ ଫଟୋ ଓ ଡକ୍ୟୁମେଣ୍ଟ ଦେଇ ଲୁଟୁଥିଲେ କୋଟି କୋଟି ଟଙ୍କା । ଏକାଧିକ ପୋଲିସ ଅଧିକାରୀ ମଧ୍ୟ ଠକେଇର ଶିକାର ହୋଇଛନ୍ତି। ପାହାଳ, ନୟାପଲ୍ଲୀ, ଖଣ୍ଡଗିରି, ଲକ୍ଷ୍ମୀସାଗର ଓ କ୍ୟାପିଟାଲ ଥାନାରେ ଅଭିଯୁକ୍ତଙ୍କ ନାଁରେ ମାମଲା ରହିଛି। ଠକେଇ ନେଇ ପ୍ରଥମେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା।