ନକଲି ବିଲ୍ ରେ ଲକ୍ଷାଧିକ ଠକେଇ: ସମ୍ବଲପୁର OSRTCରେ ବ୍ୟାପକ ଦୁର୍ନୀତି
1 min read
ସମ୍ବଲପର: ନକଲି ବିଲ୍ ରେ ଲକ୍ଷାଧିକ ଠକେଇ । ସମ୍ବଲପୁର OSRTCରେ ବ୍ୟାପକ ଦୁର୍ନୀତି । ରୁଟରେ ବସ୍ ନଗଡ଼ି ହୋଇଛି ବିଲ୍ । ଅଡିଟ ବେଳେ ଆସିଲା ସାଂଘାତିକ ଅଭିଯୋଗ । ସମ୍ବଲପୁର ସହରର ମୋଦିପଡ଼ାରେ ଥିବା ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ରେ ଲକ୍ଷାଧିକ ଟଙ୍କାର ବ୍ୟାପକ ଦୁର୍ନୀତି ପଦାକୁ ଆସିଛି l ବିଭିନ୍ନ ରୁଟ ଗୁଡିକରେ ଜାଣିଶୁଣି ବନ୍ଦ କରି ଦିଆଯାଇଛି l ଫଳରେ ସେହି ରୁଟରେ ଚାଲୁଥିବା ବେସରକାରୀ ବସ ଲାଭବାନ ହେଉଛନ୍ତି । ବସ ଗୁଡିକ ନଯାଇ ମଧ୍ୟ ବିଲ କରାଯାଇଛି । ଜାହା ଅଡିଟ ସମୟରେ ପଦାକୁ ଆସିଛି l ସମ୍ବଲପୁରରେ ଏବେ ମାତ୍ର ୧୫ଟି ବସ ଚାଲିଥିବାବେଳେ ୧୫ଟି ବନ୍ଦ ପଡ଼ିଛି । ଯାହାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।
କାର୍ଯ୍ୟାଳୟରେ ଏନଫୋର୍ସ ଟିମ ପାଇଁ ଏକ ବୋଲେରୋକୁ ଭଡ଼ାରେ ନିଆଯାଉଛି । ୩ମାସ ହେଲା ଗାଡ଼ି ବ୍ୟବହାର ହେଉ ନଥିଲେ ସୁଦ୍ଧା ଗାଡିର ଆରସି ନମ୍ବରରେ ଜିଲ୍ଲା ମ୍ୟାନେଜର ଟଙ୍କା ଉଠାଇ ଚାଲିଛନ୍ତି । ଜାହା ଅଡିଟ ସମୟରେ ଧରାପଡ଼ିଛି । ଏପରିକି ଖରାପ ଦର୍ଶାଇ ବସର ଯନ୍ତ୍ରାଂସ ବିକ୍ରି କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । କାର୍ଯ୍ୟରତ କର୍ମଚାରୀଙ୍କୁ କାମରେ ନ ଲଗାଇ ଦରମା ଦିଆଯାଉଥିବା ଅଭିଯୋଗ ହୋଇଛି l