ବଜାଜ ଫିନସର୍ଭରେ ଋଣ ନାଁରେ ଠକେଇ: ଲୁଟୁଥିଲେ, ଏବେ ବନ୍ଧାହେଲେ

ଭୁବନେଶ୍ୱର: ବଜାଜ ଫିନସର୍ଭରେ ଋଣ ନାଁରେ ଠକେଇ, ୪ ଗିରଫ । ନେସନାଲ ସେଣ୍ଟର ଫର ଏନର୍ଜୀ ମ୍ୟାନେଜମେଣ୍ଟ ନାମକ ଏକ ନକଲି କମ୍ପାନୀ ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି । ନକଲି କର୍ମଚାରୀ ଓ ଜାଲ ଡକ୍ୟୁମେଣ୍ଟ ଦେଇ 10 ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ସନ୍ତୋଷ ସାମଲ ନାମକ ଦଲାଲ ମାଧ୍ୟରେ ହିତାଧିକାରୀ ଯୋଗାଡ଼ କରୁଥିଲେ ।

ଭରତ ଲେଙ୍କା ନାମକ ବ୍ୟକ୍ତି ନେସନାଲ ସେଣ୍ଟର ଫର ଏନର୍ଜୀ ମ୍ୟାନେଜମେଣ୍ଟରେ ଚାକିରି କରୁଥିବା କହି ବଜାଜ ଫିନସର୍ଭରୁ ଋଣ ପାଇଁ ଆବେଦନ କରିଥିଲେ । ଋଣ ଦେବା ପୂର୍ବରୁ ସଂପୃକ୍ତ ସଂସ୍ଥାକୁ ଯାଇ ଯାଞ୍ଚ କଲା ବେଳେ ଠକେଇ ବିଷୟରେ ଜଣାପଡିଥିଲା । ସେହିଭଳି ମମତା ପାତ୍ର ଓ ପ୍ରକାଶ ପ୍ରଧାନ ନାମକ ହିତାଧିକାରୀ ସମାନ ଢଙ୍ଗରେ ଲୋନ ଆବେଦନ କରିଥିଲେ ।

ସେପଟେ ଏନେଇ ସନ୍ଦେହ ହେବାରୁ ଗତ ୨୯ ତାରିଖରେ ବ୍ୟାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ମାମଲାରେ ଭରତ ଲେଙ୍କା, ସନ୍ତୋଷ ସାମଲ, ମମତା ପାତ୍ର ଓ ସୁନନ୍ଦ ସାମଲଙ୍କୁ ଗିରଫ କରିଛି ପୋଲିସ। । ସେମାନଙ୍କ ଠାରୁ 2ଲକ୍ଷ 70 ହଜାର ଜବତ କରାଯାଇଛି ।

Leave a Reply