ଅଗ୍ନିଶମ ଡିଜିଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ ଆକାଉଣ୍ଟ
ଭୁବନେଶ୍ୱର: ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାଁରେ ହ୍ବାଟ୍ସଆପରେ ଫେକ୍ ଆକାଉଣ୍ଟ । ଡିଜିଙ୍କ ଫଟୋ ବ୍ୟବହାର କରି ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ମେସେଜ୍ ପଠାଉଛି ସାଇବର ଠକ । ସରକାରୀ କର୍ମଚାରୀ ଓ କିଛି ଆଇଏଏସଙ୍କୁ ମେସେଜ ପଠାଇ ଟଙ୍କା ମାଗୁଛି ଠକ ।
ଏଭଳି ମେସେଜ ଗଲେ ଟଙ୍କା ନ ଦେବାକୁ ଡିଜି ଅନୁରୋଧ କରିଛନ୍ତି । ଫେକ ନମ୍ବର ନେଇ କଟକ ସାଇବର ଥାନାକୁ ଅବଗତ କରାଇଛନ୍ତି ଡିଜି । ସାଇବର ଠକ ହ୍ବାଟ୍ସଆପ୍ ନମ୍ବରରେ ଡିଜିଙ୍କ ଫଟୋକୁ ବ୍ୟବହାର କରିଛି ।