କାମରେ ଆସୁନି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର : ଫେଲ୍ ମାରିଛି ସରକାରଙ୍କ ସ୍ଵଚ୍ଛ ଭାରତ ମିଶନ

ନନ୍ଦିଘୋଷ ବ୍ୟୁରୋ: ଗାଁ ଗୁଡିକୁ ସରସ ସୁନ୍ଦର କରିବାକୁ ସରକାର ପ୍ରତି ପଞ୍ଚାୟତରେ କୋଟିକୋଟି ଟଙ୍କାରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କରିଛନ୍ତି । କିନ୍ତୁ ତାହା କାର୍ଯ୍ଯକ୍ଷମ ହେଉନି । କେଉଁଠି ଭାଙ୍ଗିରୁଜି ଗଲାଣି ତ ଆଉ କେଉଁଠି ତାଲା ଝୁଲୁଛି । କାକଟପୁର ଓ ଅସ୍ତରଙ୍ଗରେ ଡମ୍ପିୟାର୍ଡ ପାଲଟିଛି ରାସ୍ତାକଡ । ହେଲେ ଏଥିପ୍ରତି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ ।

ଫେଲ ମାରିଛି ସରକାରଙ୍କ ସ୍ଵଚ୍ଛ ଭାରତ ମିଶନ । ରାସ୍ତା ପାର୍ଶ୍ଵରେ ଗଦା ହୋଇଛି କୁଢକୁଢ ଅଳିଆ ଆବର୍ଜନା । ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ଅଞ୍ଚଳରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଦୈନଦିନ ଏହି ରାସ୍ତା ଦେଇ ଶହ ଶହ ଲୋକ ଯାତାୟାତ କରିଥାନ୍ତି । ହେଲେ ରାସ୍ତା କଡରେ କୁଢକୁଢ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ପରିବେଶ । ଫଳରେ ଲୋକଙ୍କୁ ଯିବା ଆସିବା କରିବାରେ ସମସ୍ୟା ହେଉଛି ।

ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ପ୍ରତି ପଞ୍ଚାୟତରେ ଲକ୍ଷାଧିକ ଟଙ୍କାରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ ହୋଇଛି । କିନ୍ତୁ ତାହା କେଉଁଠି ଭାଙ୍ଗିରୁଜି ଗଲାଣି ତ ଆଉ କେଉଁଠି ତାଲା ଝୁଲୁଛି । ଏହା ଶହ ବିଭିନ୍ନ ପଂଚାୟତରେ ଅଳିଆ ସଂଗ୍ରହ କରିବାକୁ ଗାଡି ଯୋଗାଇ ଦିଆଯାଇଛି ଶତ କିନ୍ତୁ କେଉଁଠି ଅଳିଆ ବୁହା ଗାଡି ଗଡ଼ୁନି ତ କେଉଁଠି ଅଳ୍ପ କିଛି ଦିନ ଗଡି ପ୍ରଶାସନିକ ଅଧିକାରୀ ଓ କିଛି କୁଜି ନେତା ଅଳିଆ ସଫା ବିଲ କରି ଟଙ୍କା ଉଠାଉଛନ୍ତି । ସମସ୍ଯା ସଂପର୍କରେ ଲୋକମାନେ ଅଭିଯୋଗ କଲେ ମଧ୍ଯ କୌଣସି ପ୍ରଶାସନିକ ଅଧିକାରୀ ମାନେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ପରିବେଶବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି ।