ମହାରାଷ୍ଟ୍ରରେ ‘ଇଡି’ ସରକାର; କାହିଁକି ଏମିତି କହିଲେ ଦେବେନ୍ଦ୍ର ଫଡନାବୀସ

1 min read

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବନ୍ଦ୍ର ଫଡନାବୀସଙ୍କ ଏକ ବୟାନକୁ ନେଇ ସମସ୍ତେ ଚକିତ ହୋଇଛନ୍ତି । ଫଡନାବୀସ କହିଛନ୍ତି ମହାରାଷ୍ଟ୍ରରେ ଇଡି ସରକାର । ସୂଚନାଯୋଗ୍ୟ ବିରୋଧୀ ବାରମ୍ବାର କହୁଛନ୍ତି ଇଡିର ଉପଯୋଗ କରି ଉଦ୍ଧବ ସରକାର ଭାଙ୍ଗିବା ସହ ବିଦ୍ରୋହୀ ଏକନାଥ ବିଜେପି ସହ ମିଶି ସରକାର ଗଢିଛନ୍ତି । ଫଡନାବୀସ ସୋମବାର କହିଛନ୍ତି ଲୋକମାନେ ତାତ୍ସଲ୍ୟ କରି କହୁଛନ୍ତି ଆମର ସରକାର ଇଡି ସରକାର ବୋଲି । ହିଁ ଏହା ଇଡି ସରକାର, ଏକନାଥ ମାନେ ‘ଇ’ ଆଉ ଦେବେନ୍ଦ୍ର ମାନେ ‘ଡି’  । ଏହା ଏକନାଥ-ଦେବେନ୍ଦ୍ର ସରକାର । ଆଜି ବିଧାନସଭାରେ ଦେବେନ୍ଦ୍ର ଶବ୍ଦର ଖେଳ ଖେଳୁଥିବାର ଦେଖାଯାଇଥିଲା ।

ପୂର୍ବରୁ ବିରୋଧୀ ଅଭିଯୋଗ କରିଥିଲେ ଇଡିର ଦୂରୁପଯୋଗ କରି ସରକାର ପରିବର୍ତ୍ତନ କରିଛନ୍ତି ଦେବେନ୍ଦ୍ର । ଏହାର ପାଲଟା ଜବାବ ଦେଇ ଦେବେନ୍ଦ୍ର ଇଡି ସରକାରର ଅର୍ଥ ବୁଝାଇଛନ୍ତି । ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ସମୟରେ ଯେତବେଳେ ଶିବସେନାର ବିଦ୍ରୋହୀ ବିଧାୟକମାନେ ଏକନାଥ ଶିନ୍ଦେଙ୍କୁ ସମର୍ଥନ କରୁଥିଲେ ସେ ସମୟରେ ବିରୋଧୀ ବିଧାୟକମାନେ ଇଡି, ଇଡି ନାରା ଲଗାଇଥିଲେ । ଆଜିର ଫ୍ଲୋର ଟେଷ୍ଟରେ ଏକନାଥ ଶିନ୍ଦେଙ୍କୁ ୧୬୪ ଭୋଟ ମିଳିଥିଲା ଯେତବେଳେକି ମହା ବିକାଶ ଅଘାଡି ମେଣ୍ଟକୁ ୯୯ ଭୋଟ ମିଳିଥିଲା ।