ଫେସବୁକ୍ର ଆଉ ଏକ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ହଟିବ ଫେସିଆଲ୍ ରେକଗ୍ନିସନ୍
ନୂଆଦିଲ୍ଲୀ: ନାଁ ପରିବର୍ତ୍ତନ କରିବା ପରେ ପରେ ସବୁଠାରୁ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ଆଉ ଏକ ବଡ଼ ନିଷ୍ପତ୍ତି । ଖୁବ୍ ଶୀଘ୍ର ଫେସବୁକରୁ ହଟିବ ଫେସ୍ ରେକଗ୍ନିସନ ସିଷ୍ଟମ । ଏହାସହ ଫେସପ୍ରିଣ୍ଟକୁ ମଧ୍ୟ ଡିଲିଟ କରିଦିଆଯିବ ବୋଲି କମ୍ପାନୀ କହିଛି । ପ୍ରାୟ ୧୦୦ କୋଟି ୟୁଜରଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ଏହି ଟେକ୍ନୋଲୋଜିକୁ ନେଇ ସରକାର, ପୋଲିସ ଓ ଅନ୍ୟମାନଙ୍କ ଦ୍ୱାରା ଏହାର ଅପବ୍ୟବହାର କାରଣରୁ କମ୍ପାନୀ ଏହି ପଦକ୍ଷେପ ନେବାକୁ ଯାଉଛି ।
ପ୍ରଯୁକ୍ତିଗତ ଇତିହାସରେ ସବୁଠାରୁ ବଡ଼ ସଫଳତା ପାଇଥିବା ଫେସ ରେକଗ୍ନିସନ ସିଷ୍ଟମ ହଟିବା ନିଷ୍ପତ୍ତି ଅନେକ ୟୁଜରଙ୍କ ଲାଗି ଚିନ୍ତାର କାରଣ ହୋଇଛି । ଫେସବୁକର ନୂଆ ପ୍ୟାରେଣ୍ଟ କମ୍ପାନୀ ମେଟାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭାଇସ ପ୍ରେସିଡେଣ୍ଚ ଜେରୋମ ପେସେଣ୍ଟି ଏହି ସୂଚନା ଦେଇଛନ୍ତି । ୟୁଜରଙ୍କ ଡିଜିଟାଲ ଫଟୋ ଆଲବମରେ ସ୍ଥାନ ପାଇଥିବା ବ୍ୟକ୍ତିମାନଙ୍କୁ ଫେସ ରେକଗ୍ନିସନ ସଫ୍ଟଓ୍ୱେୟାର ସ୍ୱୟଂ କ୍ରିୟ ଭାବେ ଚିହ୍ନଟ କରିଥାଏ ଏବଂ ସେମାନଙ୍କୁ ଟ୍ୟାଗ କରିବା ଲାଗି ଏହା ପ୍ରସ୍ତାବ ଦେଇଥାଏ । ଡିଜିଟାଲ ଫଟୋ ରଖିବାରେ ଫେସବୁକ ହେଉଛି ବିଶ୍ୱର ସବୁଠାରୁ ବୃହତ୍ତ କମ୍ପାନୀ । ଜେରୋମ କହିଛନ୍ତି, ଏହି ଟେକ୍ନୋଲୋଜିର ସକାରାତ୍ମକ ବ୍ୟବହାର ଉପରେ କମ୍ପାନୀ ଗୁରୁତ୍ୱ ଦେଉଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଫେସବୁକ ୧୦୦ କୋଟିରୁ ଅଧିକ ୟୁଜରଙ୍କ ସିଷ୍ଟମରୁ ଏହି ଟେମ୍ପଲେଟ ହଟାଇଦେବ ।
ଫେସବୁକର ପୂର୍ବତନ ବରିଷ୍ଠ ଅଧିକାରୀ ଫ୍ରାନସିସ ହ୍ୟୁଜେନଙ୍କ ଅନେକ ତଥ୍ୟ ଲିକ୍ ହୋଇଯିବା ପରେ ଫେସବୁକ ଏବେ ପବ୍ଲିକ ରିଲେସନ କ୍ଷେତ୍ରରେ ବଡ ଆହ୍ୱାନର ସମ୍ମୁଖୀନ ହୋଇଛି । ଫେସବୁକର ଏକ ତୃତୀୟାଂଶ ୟୁଜର ଦୈନିକ କାର୍ଯ୍ୟକଳାପରେ ଫେସ ରେକଗ୍ନିସନକୁ ଗୁରୁତ୍ୱ ଦେଇଥାନ୍ତି । ପ୍ରାୟ ୧୦ ବର୍ଷ ତଳେ ଫେସବୁକ ଏହି ପ୍ରଯୁକ୍ତିର ବ୍ୟବହାର କରିଥିଲା । ଏହାକୁ ନେଇ ବହୁ କୋର୍ଟ ଓ ନିୟାମକ କର୍ତ୍ତୃପକ୍ଷଙ୍କ ଠାରୁ ଅଡ଼ୁଆର ସମ୍ମୁଖୀନ ହୋଇ ଆସୁଥିଲା । ୨୦୧୯ରେ ଫେସବୁକ ଏହି ଅଟୋମେଟିକ ବ୍ୟବସ୍ଥାକୁ ହଟାଇ ଟ୍ୟାଗ ବ୍ୟବସ୍ଥା ରଖିଥିଲା ।
ଏଥିସହିତ ପଢ଼ନ୍ତୁ: ଫେସବୁକ୍ ନିରାପତ୍ତା ପ୍ରସଂଗର ସମାଧାନ ନ କରି ନାମ ପରିବର୍ତ୍ତନର କୌଣସି ମାନେ ନାହିଁ: ଫାନସିସ୍