spot_img

Latest Posts

ଫେସବୁକ କିମ୍ବା ଟେଲିଗ୍ରାମରେ ଲିଙ୍କ ଦେଖି ଇନଭେଷ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ

ନନ୍ଦିଘୋଷ ବ୍ୟୁରୋ: ଫେସବୁକ କିମ୍ବା ଟେଲିଗ୍ରାମରେ ଲିଙ୍କ ଦେଖି ଇନଭେଷ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ। ନଚେତ ରାତାରାତି ହୋଇଯିବେ କାଙ୍ଗାଳ। ଲୋକଙ୍କୁ ଲୁଟିଥିବା ଏକ ବଡ଼ ଧରଣର ସାଇବର ଗ୍ୟାଙ୍ଗକୁ କାବୁ କରିଛି କ୍ରାଇମବ୍ରାଞ୍ଚ। ଏନେଇ ଏଡିଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା ପ୍ରେସମିଟ କଲେ ବଡ଼ ଖୁଲାସା କରିଛନ୍ତି। ସାଇବର ଫ୍ରଡ ଗ୍ୟାଙ୍ଗର ୧୫ ଜଣ ଗିରଫ ହୋଇଥିବା ବେଳେ, ଆଉ କିଛି ଫେରାର ହୋଇଯାଇଛନ୍ତି। ମାଷ୍ଟର ମାଇଣ୍ଡ ଦିଲ୍ଲୀର ତୁଷାର ଶର୍ମା ଓ ଅଙ୍କିତ ଠାକୁରଙ୍କ ସମେତ ଓଡ଼ିଶାର ୧୩ ଜଣଙ୍କୁ ଗିରଫ କରାଯାଇଛି। ତୁଷାର ଓ ଅଙ୍କିତ ମ୍ୟୁଲ ଆକାଉଣ୍ଟ ଖୋଲି କରୁଥିଲେ ଅପରାଧ। ଏହି ଗ୍ୟାଙ୍ଗର ୫ ଜଣ ଆକାଉଣ୍ଟ ଖୋଲିବାକୁ କହିଥିଲେ। ତିନୋଟି ସ୍ତରରେ ଠକେଇ ହୋଇଥିବା ବେଳେ, ସମସ୍ତେ ଠକେଇର ସେୟାର ପାଇଛନ୍ତି ବୋଲି ପଚରାଉଚରା ବେଳେ ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏଭଳି ଠକେଇର ପରିମାଣ ୩୦ କୋଟିରୁ ଅଧିକ ହେବ ବୋଲି କହିଛନ୍ତି ଏଡିଜି କ୍ରାଇମବ୍ରାଞ୍ଚ। ଏହି ଗ୍ୟାଙ୍ଗ ଠାରୁ ୨୦ଟି ମୋବାଇଲ୍, ସିମ କାର୍ଡ, ଚେକ ବୁକ, ଏଟିଏମ କାର୍ଡ ଜବତ କରାଯାଇଛି। ଗ୍ୟାଙ୍ଗରେ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ।

Latest Posts

Don't Miss