spot_img

Latest Posts

୫୦ କୋଟିରୁ ଅଧିକ ବ୍ୟକ୍ତିଙ୍କ ଫେସବୁକ ଡାଟା ଲିକ୍, ଏଥିରେ ଆପଣଙ୍କ ଡାଟା ନାହିଁ ତ? ଏମିତି କରନ୍ତୁ ଚେକ୍

ନ୍ୟୁୟର୍କ: ହ୍ୟାକର୍ସଙ୍କ ୱେବସାଇଟରେ ୫୦ କୋଟିରୁ ଅଧିକ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ । ହ୍ୟାକର୍ସଙ୍କ ୱେବସାଇଟରେ ଥିବା ଡାଟା ପୁରୁଣା ହୋଇଥିଲେ ମଧ୍ୟ ଫେସବୁକ୍ ଓ ଅନ୍ୟ ସୋସିଆଲ୍ ମିଡିଆରେ ସୁରକ୍ଷାକୁ ନେଇ ପ୍ରଶ୍ନ ଛିଡ଼ା କରିଛି । ହ୍ୟାକର୍ସଙ୍କ ୱେବସାଇଟରେ ତଥ୍ୟ ଉପଲବ୍ଧ ନେଇ ‘ବିଜନେସ୍ ଇନସାଇଡର’ ସୂଚନା ଦେଇଛି । ୧୦୬ ଦେଶର ଲୋକଙ୍କ ଫୋନ୍ ନମ୍ବର, ଫେସବୁକ୍ ଆଇଡି, ନାଁ, ସ୍ଥାନ, ଜନ୍ମ ତାରିଖ ଓ ଇମେଲ୍ ଆଇଡି ଅନଲାଇନରେ ଉପଲବ୍ଧ ଅଛି ।

ତେବେ ଜଣାଇଦେବାକୁ ଚାହୁଁ ଯେ ୟୁକ୍ରେନର ଜଣେ ସୁରକ୍ଷା ଅନୁସନ୍ଧାନକାରୀ ୨୦୧୯ ଡିସେମ୍ବରରେ କହିଥିଲେ- ୨୬ କୋଟି ୭୦ ଲକ୍ଷ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ଅଛି । ତେବେ ଏବେ ଯେଉଁ ତଥ୍ୟ ଲିକ୍ ହୋଇଥିବା ନେଇ କୁହାଯାଉଛି ତାହା ୨୦୧୯ରେ ଲିକ୍ ହୋଇଥିବା ଡାଟାର ଅଂଶବିଶେଷ କି ନୁହେଁ ଜଣାପଡ଼ିନାହିଁ । ଫେସବୁକ୍ ପକ୍ଷରୁ କୁହାଯାଇଛି- ଏହା ପୁରୁଣା ଡାଟା । ଯାହାର ସୂଚନା ୨୦୧୯ରେ ଦିଆଯାଇଥିଲା । ଆମେ ଏହି ସମସ୍ୟାକୁ ୨୦୧୯ ଅଗଷ୍ଟରେ ଦୂର କରି ଦେଇଥିଲୁ।

କୁହାଯାଉଛି ଯେ ଏହି ଡାଟା ଚୋରିରେ ନିଜେ ଫେସବୁକ ସିଇଓ ମାର୍କ ଜୁକର୍ବର୍ଗଙ୍କର ବି ଡାଟା ଲିକ୍ ହୋଇଛି । ତେବେ ହୋଇପାରେ ଏହି ଲିକ୍ ଡାଟା ମଧ୍ୟରେ ଆପଣଙ୍କର ବି ଫୋନ ନମ୍ବର କିମ୍ବା ବ୍ୟକ୍ତିଗତ ଡାଟା ଥାଇପାରେ।

କେମିତି ଜାଣିବେ ଆପଣଙ୍କ ଡାଟା ଲିକି ହୋଇଛି କି ନାହିଁ?

ଫେସବୁକ୍ ର ଡାଟା ବ୍ରିଚ୍ ରେ ଆପଣଙ୍କର ତଥ୍ୟ ଅନ୍ତର୍ଭୂକ୍ତ ହୋଇଛି କି ନାହିଁ ଆପଣ ଯାଞ୍ଚ କରିପାରିବେ। ସିକ୍ୟୋରିଟି ରିସର୍ଚ୍ଚର ଟ୍ରାଇ ହଣ୍ଟ ନାମକ ଏକ ପୋର୍ଟାଲ ତିଆରି କରିଛି। ଏହି ପୋର୍ଟାଲକୁ ଯାଇ କୌଣସି ଉପଭୋକ୍ତା ସେମାନଙ୍କର ତଥ୍ୟ ଲିକ୍ ହୋଇଛି କି ନାହିଁ ଯାଞ୍ଚ କରିପାରିବେ। ଏଥି୍ପାଇଁ  Have I been pwned ୱେବସାଇଟ୍ କୁ ଯାଆନ୍ତୁ । ଏଠାକୁ ଯିବା ପରେ, ଆପଣଙ୍କ ଇମେଲ ଆଇଡିକୁ ବାକ୍ସରେ ଲେଖି ତାପରେ pwned? ଉପରେ କ୍ଲିକ୍ କରନ୍ତୁ।

କ୍ଲିକ୍ କରିବାମାତ୍ରେ, ଆପଣ ଜାଣିଯିବେ ଯେ ଆପଣଙ୍କର ଇମେଲ୍ ଆଇଡି କେଉଁ କେଉଁ ଡାଟା ବ୍ରିଚ୍ ରେ ଅଛି। ଯଦି ଆପଣଙ୍କର ଇମେଲ୍ ଆଇଡି କୌଣସି ଡାଟା ବ୍ରିଚର ଅଂଶ ନୁହେଁ, ଅର୍ଥାତ୍ ଆପଣଙ୍କର ତଥ୍ୟ ଲିକ୍ ହୋଇନାହିଁ । ଏହି ୱେବସାଇଟ୍ ରେ ଆପଣ ଏହା ମଧ୍ୟ ଜାଣିବେ ଯେ ଆପଣଙ୍କ ତଥ୍ୟ ପୂର୍ବରୁ ବି କେଉଁଠି ସବୁ ଲିକ୍ ହୋଇଛି । ତଳକୁ ସ୍କ୍ରୋଲ୍ କରିବା ପରେ, ଆପଣ କମ୍ପାନୀଗୁଡିକର ଏକ ତାଲିକା ମିଳିବ ଯେଉଁଠାରୁ ଆପଣଙ୍କର ତଥ୍ୟ ଲିକ୍ ହୋଇଛି ।

Latest Posts

Don't Miss