ଫେସବୁକ ଋଷ ବିରୋଧରେ ଆଉ ଏକ ନିୟମରେ କଲା ପରିବର୍ତ୍ତନ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ବିଶ୍ୱର ସମସ୍ତ ଦେଶ ତଥା କମ୍ପାନୀରୁ ଋଷ ଉପରେ ଚାପ ପ୍ରୟୋଗ ପ୍ରକ୍ରିୟା ଜାରି ରହିଛି। ଆମେରିକା ଏବଂ ତା ସହଯୋଗୀ ଦେଶଗୁଡ଼ିକ ଋଷ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । ଏହାସହ, ଅନେକ ବଡ ବଡ କମ୍ପାନୀ ଋଷ ସହିତ ବ୍ୟବସାୟ ବନ୍ଦ କରିଦେଇଥିବାବେଳେ ଏହି କମ୍ପାନୀଗୁଡ଼ିକ ୟୁକ୍ରେନକୁ ସମର୍ଥନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ଏହି ପର୍ଯ୍ୟାୟରେ, ଫେସବୁକ୍ ଆଉ ପାଦେ ଆଗକୁ ବଢିଛି । ରିପୋର୍ଟ ଅନୁଯାୟୀ ଫେସବୁକ, ଋଷୀୟ ଆକ୍ରମଣକାରୀଙ୍କ’ ବିରୁଦ୍ଧରେ ହିଂସାତ୍ମକ ଭାଷଣ ଦେବାକୁ ଅନୁମତି ଦେବା ନିୟମରେ କୋହଳ କରିଛି ।
ଫେସବୁକରେ ଏପରି ଭାଷଣ ଦେବାର ଅନୁମତି ନାହିଁ
ଫେସବୁକର ନିୟମ ଅନୁଯାୟୀ, ଏହି ପ୍ଲାଟଫର୍ମରେ କୌଣସି ପ୍ରକାର ଘୃଣ୍ୟ ଭାଷଣ, ହିଂସାତ୍ମକ ଭାଷଣ କିମ୍ବା ଆପତ୍ତିଜନକ ଭାଷଣ ଅନୁମତି ନଥାଏ । ଫେସବୁକରେ ଏଭଳି ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି, କିନ୍ତୁ ୟୁକ୍ରେନକୁ ସମର୍ଥନ କରିବା ପାଇଁ ଫେସବୁକ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରିଛି । ଏହା ସହିତ ଲୋକମାନେ ଖୋଲାଖୋଲି ଭାବରେ ଋଷ ବିରୁଦ୍ଧରେ କହିପାରିବେ ଏବଂ ବିରୋଧ କରିବେ ।
କିଛି ଦିନ ପୂର୍ବରୁ ଋଷ ଫେସବୁକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା
ସୂଚନା ଅନୁଯାୟୀ, ଫେସବୁକ ଋଷରେ ଅନେକ ପ୍ରତିବନ୍ଧକ ଲଗାଇଥିଲା । ଋଷ ଫେସବୁକ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଫେସବୁକକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଥିଲା । ଋଷର ସେନ୍ସରସିପ୍ ଏଜେନ୍ସି ରସକୋମନାଡଜୋର ଫେସବୁକକୁ ଋଷର ଗଣମାଧ୍ୟମ ସହ ଭେଦଭାବ କରୁଥିବା ଅଭିଯୋଗ କରିଛି।