କରୋନା ଭାଇରସ୍ ଯୋଗୁଁ କମ୍ ଲୋକେ ହେଉଛନ୍ତି ଅସୁସ୍ଥ: ଜାଣନ୍ତୁ କାରଣ

1 min read
Triple Mutant Coronavirus B1618 Reported In India

ନୂଆଦିଲ୍ଲୀ: ଫେସ୍ ମାସ୍କ ଲୋକଙ୍କୁ ଭାଇରସ୍ ଏବଂ ଅନ୍ୟ ପ୍ରଦୂଷଣରୁ ସୁରକ୍ଷା ଦିଏ । ଏହି କାରଣରୁ କରୋନା ମହାମାରୀରେ ଲୋକଙ୍କୁ ଫେସ୍ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏଭଳି ଫେସ୍ ମାସ୍କ ଯୋଗୁଁ   ଲୋକଙ୍କ ନିକଟରେ କମ୍ ମାତ୍ରାରେ ଭାଇରସ୍ ପହଞ୍ଚୁଛି । ଏବଂ କମ୍ ସଂଖ୍ୟକ ଲୋକ ମଧ୍ୟ ଅସୁସ୍ଥ ହେଉଛନ୍ତି । ଏଭଳି କି ଲୋକଙ୍କ ମଧ୍ୟରେ ଇମ୍ୟୁନିଟି ପାଓ୍ୱାର ମଧ୍ୟ ବୃଦ୍ଧି ଘଟୁଛି । ଏ ନେଇ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ଆଲେଖ୍ୟରେ ଦାବି କରାଯାଇଛି  । ଡାକ୍ତରଙ୍କ କହିବା ହେଲା ଯେ, ଏହା ଉପରେ ଅଧିକ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ।

Coronavirus

ବ୍ରିଟିସ୍ ଟେଲିଗ୍ରାଫ୍ ରିପୋର୍ଟ ମୁତାବକ କିଛି ଗବେଷକଙ୍କ କହିବା ହେଲା ଯେ, ମାସ୍କ ଅଜ୍ଞାତରେ ହିଁ କରୋନା ବିରୋଧରେ ଲୋକଙ୍କ ଇମ୍ୟୁନିଟି ବୃଦ୍ଧି ହେଉଛି । ଏଥିଯୋଗଁ ଲୋକେ ମଧ୍ୟ କମ୍ ଅସୁସ୍ଥ ହେଉଛନ୍ତି । ତେବେ ସାଇଣ୍ଟିଫିକାଲି ଏହା ପ୍ରମାଣିତ ହୋଇନାହିଁ, କିନ୍ତୁ ଗବେଷକଙ୍କ ଭରସା ରହିଛି ଯେ, ଏହାଇ ସାଇଣ୍ଟିଫିକାଲି ପ୍ରମାଣିତ ହୋଇପାରିବ  ।

Coronavirus

ଗବେଷକଙ୍କ କହିବା ହେଲା  ଯେ, ମାସ୍କ ପିନ୍ଧିବା ଯୋଗୁଁ ଅଧିକାଂଶ ଲୋକ ବିନା ଲକ୍ଷଣରେ କରୋନା ପଜିଟିଭ ହେଉଛନ୍ତି । ମାସ୍କ ଯୋଗୁଁ ବହୁତ କମ୍ ମାତ୍ରାରେ ଭାଇରସ୍ ତାଙ୍କ ନିକଟରେ ପହଞ୍ଚୁଛି । ଆର୍ଜେଣ୍ଟିନାର ଏକ ଜାହାଜରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା । ଗବେଷଣ ପ୍ରାପ୍ତ ତଥ୍ୟ ଅନୁଯାୟୀ ଯେଉଁ ଲୋକମାନେ N-95 ମାସ୍କ ପିନ୍ଧୁଥିଲେ । ସେମାନଙ୍କ ଠାରେ ବିନା ଲକ୍ଷଣରେ ସଂକ୍ରମିତ ହେବାର ହାର ୮୧% ରହିଛି । କିନ୍ତୁ ଏହା ପୂର୍ବରୁ ଯେଉଁ ଜାହାଜ ଉପରେ ଲୋକେ ମାସ୍କ ପିନ୍ଧିନଥିଲେ ସେମାନଙ୍କ ଠାରେ ବିନା ଲକ୍ଷଣରେ ସଂକ୍ରମିତ ହେବା ହାର ମାତ୍ର ୨୦% ରହିଥିଲା

ଦେଶରେ ପ୍ରତିଦିନ କରୋନା ପାଇଁ ମରୁଛନ୍ତି ହଜାରେରୁ ଅଧିକ ଲୋକ, ସୁସ୍ଥ ହେଲେଣି ୩୭ ଲକ୍ଷରୁ ଅଧିକ ରୋଗୀ

Leave a Reply