ତେଜପତ୍ରରେ ହନୁମାନ-କଏନରେ ନେତାଜୀ, ମିନିଏଚର ଆର୍ଟରେ ମାହିର ଲିଙ୍ଗରାଜଙ୍କ ସେବାୟତ

ଭୁବନେଶ୍ୱର: ନିର୍ଜୀବ ବସ୍ତୁରେ ଜୀବନ ଦେବାରେ ସେ ମାହିର । ତେଜ ପତ୍ର ଠାରୁ ଆରମ୍ଭ କରି ମେଡିସିନ କଭର ସବୁରେ ଆଙ୍କି ଦିଅନ୍ତି ମିନିଏଚର ଆର୍ଟ । ରୁଟି ଠାରୁ ଆଇସକ୍ରିମ ଷ୍ଟିକ ସବୁବରେ ଝଲସେ ତାଙ୍କ ପଟଚିତ୍ର କଳା । ଚିତ୍ର କଳା ପାଇଁ  କୌଣସି ଡିଗ୍ରୀ ଧାରୀ କଲେଜ ସେ ଯାଇନହାନ୍ତି । ହେଲେ ଏବେ ମିନିଏଚର ଆର୍ଟ କରି ଲୋକଙ୍କ ମନ ଜିତି ପାରୁଛନ୍ତି ।

ଆମେ କହୁଛୁ ରାଜଧାନୀ ଭୁବନେଶ୍ୱର ପ୍ରଭୁ ଲିଙ୍ଗରାଜ ମନ୍ଦିର ସେବାୟତ ଭାବରେ କାର୍ଯ୍ୟରତ ଥିବା ଲିଙ୍ଗରାଜ ମହାସୁଆର । ପେଶା ରେ ଜଣେ ମହାଦେବ ସେବାୟତ ସହ ମଡେଲର ହୋଇଥିବା ବେଳେ ନିଶା ରେ ଜଣେ ସେ ମିନିଏଚର ଆଟିଷ୍ଟ । ଚିତ୍ର ପ୍ରତି ରହିଥିବା ଦୁର୍ବଳତା ତାଙ୍କୁ ଏକ ନୂଆ ପରିଚୟ ଦେଇଛି ।

୧୦ ଟଙ୍କିଆ କଏନ, ଛେଟ ପଥର, ଆଇସକ୍ରିମ ଷ୍ଟିକ, ତେଜ ପତ୍ର , ରୁଟି, କାଜୁ, ଦିଆସିଲି ରେ ମା ଦୁର୍ଗାଙ୍କ ଚିତ୍ର ଆଦି ତିଆରି କରନ୍ତି ସେ । ଯାହା ଏବେ ପାଖ ଆଖ ଅଞ୍ଚଳ ପାଇଁ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

ଘରୁ ବାହାରକୁ ଫୋପାଡ଼ି ଦେଉଥିବା ବଳକା ଖାଇବା ହେଉ ବା ଜିନିଷପତ୍ର ସବୁକୁ କରନ୍ତି ସେ ଜୀବନ୍ତ । ପିଲା ଦିନରୁ କଳା ପ୍ରତି ରହିଥିବା ଅହେତୁକ ଭଲ ପାଇବା ଆଜି ତାଙ୍କୁ ଏହି ଭଳି ନିଆରା କିଛି କରିବାରେ ସହାୟକ ହୋଇଛି । ଏ ସବୁ ଚିତ୍ର କରିବା ପାଇଁ ବି ତାଙ୍କୁ ପାଖାପାଖି ଏକ ଘଣ୍ଟା ସମୟ ଲାଗିଥାଏ ।

କାର୍ଯ୍ୟବ୍ୟସ୍ତତା ଭିତରେ ଲିଙ୍ଗରାଜ ମଝି ମଝି ରେ କଳା ପ୍ରତି ବିଶେଷ ଧ୍ୟାନ ଦେଇ ପାରୁ ନଥିବା ବେଳେ ଏହି ଲକଡାଉନ ଭିତରେ ନିଜର ଭିତରର ଏହି ଚମତ୍କାର ପ୍ରତିଭାକୁ ଆହୁରି ବିକଶିତ କରିଛନ୍ତି । ଏହା ସହ ଆଗାମୀ ଦିନ ରେ ଏହି ମିନିଏଚର ଆର୍ଟକୁ ଜାତୀୟ ସ୍ତରରେ ପହଞ୍ଚାବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

Leave a Reply