ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖିବାରୁ ନଷ୍ଟ ହେଲା ୭୦% ଦୃଷ୍ଟିଶକ୍ତି: ପଢ଼ନ୍ତୁ କ’ଣ କହିଲେ ଡାକ୍ତର

1 min read

ସାବଧାନ! ଆପଣ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖୁଛନ୍ତି କି? ସୂର୍ଯ୍ୟପରାଗ ଦେଖିବା ବେଳେ ଚଷମା ବ୍ୟବହାର କରୁନାହାନ୍ତି । କିମ୍ୱା ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଏଭଳି କରୁଛନ୍ତି । ତେବେ ମହଙ୍ଗା ପଡ଼ିପାରେ ଆପଣ ଏଭଳି ଖାମଖିଆଲ ମନୋଭାବ । ନଷ୍ଟ ହୋଇପାରେ ଆପଣଙ୍କ ଦୃଷ୍ଟିଶକ୍ତି । ଯାହା ଘଟିଛି ରାଜସ୍ଥାନର କିଛି ପିଲାଙ୍କ କ୍ଷେତ୍ରରେ । ୧୫ ପିଲାଙ୍କ ପ୍ରାୟ ୭୦% ପର୍ଯ୍ୟନ୍ତ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଛି ।

ଗତ ୨୬ ଡିସେମ୍ୱରରେ ପିଲାମାନେ ସୂର୍ଯ୍ୟପରାଗ ବିନା ଚଷମାରେ ଦେଖିଥିଲେ । ଏହାର କିଛି ସମୟ ପରେ ସେମାନଙ୍କୁ ଦେଖାଯିବା ହିଁ ବନ୍ଦ ହୋଇଯାଇଥିଲା । ଏହା ପରେ ରାଜସ୍ଥାନର ସବୁଠୁ ବଡ଼ ସରକାରୀ ହସ୍ପିଟାଲ ସବାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଆଖିରେ ଔଷଧ ପକାଇବା ପରେ ଝାପସା ଝାପସା ଦେଖାଦେଇଥିଲା ।  କିନ୍ତୁ ସ୍ପଷ୍ଟଭାବେ ଦେଖାଯାଇନଥିଲା ।

ପରୀକ୍ଷା ପରେ ପିଲାମାନଙ୍କ ପ୍ରାୟ ୪୦%ରୁ ୭୦% ଯାଏଁ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଥିବା ଡାକ୍ତର କହିଛନ୍ତି । ପିଲାମାନଙ୍କ ରେଟିନା ଜଳିଯାଇଥିବା ସବାଇ ମାନସିଂହ ହସ୍ପିଟାଲ ଚକ୍ଷୁ ବିଭାଗ ଡାକ୍ତର କହିଛନ୍ତି । ଆଖି ଭିତରେ ହଳଦିଆ ରଙ୍ଗର ଛାପ ସୃଷ୍ଟି ହୋଇଛି । ଚିକିତ୍ସା ଚାଲିଛି ସେମାନେ ପରେ ସ୍ପଷ୍ଟ ଦେଖିପାରିବେ ବୋଲି କହିଛନ୍ତି ଡାକ୍ତର ।

ଚକ୍ଷୁ ରୋଗ ବିଶେଷଜ୍ଞଙ୍କ କହିବା ହେଲା ଯେ, ସାଧାରଣତ ଆମେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ୨ରୁ ୩ ସେକେଣ୍ଡ ପର୍ଯ୍ୟନ୍ତ ଦେଖିପାରୁ । କିନ୍ତୁ ସୂର୍ଯ୍ୟପରାଗ ସମୟରେ ୨ରୁ୩ ମିନିଟ ପର୍ଯ୍ୟନ୍ତ ଦେଖିପାରୁ । ଏହି ସମୟରେ ସୂର୍ଯ୍ୟଙ୍କ କିରଣ ଏତେ ପ୍ରଖର ହୋଇନଥିଲେ ମଧ୍ୟ ରେଡିଏନ୍ସ ପ୍ରଖର ଥାଏ । ସୂର୍ଯ୍ୟ ପରାଗ ସମୟରେ ୨-୩ ମିନିଟରୁ ଅଧିକ ସମୟ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିଲେ ରେଡିଏନ୍ସ ଯୋଗୁଁ ରେଟିନା ଡେମେଜ୍ ହୋଇଯାଏ ।

Leave a Reply