ଏଣିକି ଚକ୍ଷୁ ରୋଗ ରେସବାଓପିଆ ହେଲେ ପିନ୍ଧିବାକୁ ପଡ଼ିବନି ମୋଟା ଚଷମା

1 min read

ନନ୍ଦିଘୋଷ ବ୍ୟୁରୋ: ଏଣିକି ଚକ୍ଷୁ ରୋଗ ରେସବାଓପିଆ ହେଲେ ଡରିବାର ନାହିଁ । ଆଉ ପିନ୍ଧିବାକୁ ପଡିବନି ମୋଟା ମୋଟା ଚଷମା । ମୁମ୍ବାଇର ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ କମ୍ପାନୀ ଦ୍ବାରା ପ୍ରସ୍ତୁତ ଆଇ-ଡ୍ରପ ‘ପ୍ରେସୁ ଚଷମାର ବିକଳ୍ପ ଭାବରେ ବ୍ୟବହାର କରାଯାଇପାରେ ବୋଲି କମ୍ପାନୀର ମୁଖ୍ୟ ଦାବି କରିଛନ୍ତି । ମଙ୍ଗଳବାର ଏହି ଆଇ-ଡ୍ରପ ବଜାରକୁ ଆସିଛି । DCGI ଏହି ଉତ୍ପାଦକୁ ଫାଇନାଲ ନଡ୍ ଦେଇଛି ।  ଭାରତରେ ପ୍ରସ୍ତୁତ ବ । ୪୦ବର୍ଷ ପରେ ସାଧାରଣତଃ  ଏହି ଚକ୍ଷୁ ରୋଗ ବେଶି ଦେଖିବାକୁ ମିଳିଥାଏ । ଏହି ରୋଗକୁ ଚାଳିସିଆ ବୋଲି ମଧ୍ୟ କହିଥାନ୍ତି । ଏହି ରୋଗ ହେଲେ ରିଡିଂ ଗ୍ଲାସ ବା ଚଷମା,ଆଖିରେ ଅସ୍ତ୍ରୋପଚାର କିମ୍ବା କଣ୍ଟାକ୍ଟ ଲେନ୍ସ ଲାଗିବା ବ୍ୟତିତ ଅନ୍ୟ କୌଣସି ଔଷଧ ନଥିଲା । କିନ୍ତୁ, ପ୍ରଥମ ଥର ପାଇଁ ଭାରତରେ ଏହି ରୋଗରେ ପୀଡିତ ଲୋକ ଆଉ ଚଷମା ବ୍ୟବହାର କରିବେ ନାହିଁ । ବରଂ ସେମାନେ ଆଖିରେ ପ୍ରେସୁ ନାମକ ଆଇ-ଡ୍ରପ ପକାଇରେ ଏହି ରୋଗରୁ ନିଶ୍ଚିତ ଆରୋଗ୍ୟ ଲାଭ କରିପାରିବେ ବୋଲି କହିଛି ଏହି ଆଇ-ଡ୍ରପ୍ ନିର୍ମାଣକାରୀ କମ୍ପାନୀ । ଏହି ଆଇ-ଡ୍ରପ୍ ଟି ମାତ୍ର ୩୪୫ଟଙ୍କାରେ ଖୋଲା ବଜାରରେ ମିଳିବାକୁ ଥିବା ବେଳେ, ଏହାକୁ ଏକମାସ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଇଣ୍ଟୋଡ ଫାର୍ମାସ୍ୟୁଟିକାଲ ସିଇଓ ନିଖିଲ ମାସୁରକାରଙ୍କ କହିବା ହେଲା ୨୦୧୯ ମସିହାରୁ ଏହି ଆଇ-ଡ୍ରପ୍ ପ୍ରେସୁ ର ଗବେଷଣା ଜାରି ରହିଥିଲା । ବିଭିନ୍ନ ସ୍ତର ପରୀକ୍ଷାରେ ଏହାର ସଫଳତା ହାର ଭଲ ରହିବା ପରେ ଏହା ମନୁଷ୍ୟ ଆଖିରେ ପରୀକ୍ଷା କରାଯାଇଥିଲା।