spot_img

Latest Posts

ରଙ୍ଗିଲା ସ୍ଵାମୀକୁ ହୋଟେଲରୁ ଧରିଲା ସ୍ତ୍ରୀ

ଭୁବନେଶ୍ୱର : ଏକାଧିକ ବଙ୍ଗୀୟ ଯୁବତୀଙ୍କ ସହ ଅସଂଯତ ଅବସ୍ଥାରେ ଓୟୋ ହୋଟେଲରୁ ସ୍ୱାମୀକୁ ରଙ୍ଗେ ହାତ ଧରିଲା ସ୍ତ୍ରୀ। ଭୁବନେଶ୍ବର ପଟିଆରେ ଥିବା ଏକ ଓୟୋ ହୋଟେଲରେ ରାତି ଅଧରେ ସ୍ତ୍ରୀ ଧରିବା ପରେ ସ୍ବାମୀ ସହ ବଙ୍ଗୀୟ ଯୁବତୀ ଇନଫୋସିଟି ଥାନାରେ ଅଟକ । ମିଳିଥିବା ସୂଚନା ଅନୁସାରେ ପେଶାରେ ରାପର ଥିବା ରୋମିଓ ସ୍ବାମୀ ଜଣକ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଗୋଟିଏ ଓୟୋ ରୁମରେ ଥିଲେ ।

କୌଣସି ସୂତ୍ରରୁ ଖବର ପାଇ ତାଙ୍କ ସ୍ତ୍ରୀ ତାଙ୍କୁ ଧରିବା ପାଇଁ ପୋଲିସକୁ ଧରି ସ୍ପଟରେ ପହଞ୍ଚିଥିଲେ । ପହଞ୍ଚିବାପରେ ଯେଉଁ ରୁମରେ ସେମାନେ ଥିଲେ ସେଠାରେ ପହଞ୍ଚି ତାଙ୍କୁ ରଙ୍ଗେ ହାତ ଧରିଥିଲେ । ରୁମ ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ ମିଳିଛି । ଏତଲା ଆଧାରରେ ଇନଫୋସିଟି ଥାନା ପୋଲିସ ଯୁବକ ଓ ଦୁଇ ବଙ୍ଗୀୟ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରିଛି । ରୁମରେ ସେକ୍ସ୍ ରାକେଟ ଚାଲିଥିବା ସନ୍ଦେହ କରାଯାଉଛି । ସେପଟେ ଉକ୍ତ ଯୁବକଙ୍କ ନାଁରେ ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ଥାନାରେ ମଧ୍ୟ ପୂର୍ବରୁ ଅଭିଯୋଗ ଥିବା ଜାଣିବାକୁ ପାଇଛି ପୋଲିସ ।

Latest Posts

Don't Miss