ଅବୈଧ ସଂପର୍କ ରଖିବାରେ କଣ୍ଟା ସାଜିବାରୁ ସ୍ତ୍ରୀକୁ ଚୌକିରେ ବାନ୍ଧି ଜିୟନ୍ତା ଜାଳିଦେଲା ସ୍ୱାମୀ

ଭଦୋହୀ: ଉତ୍ତରପ୍ରଦେଶର ଭଦୋହୀ ଜିଲ୍ଲାରେ ଏକ ସରକାରୀ ଡାକ୍ତରଖାନାର କର୍ମଚାରୀ ନିଜ ସ୍ତ୍ରୀକୁ ଚୌକିରେ ବାନ୍ଧି ଜିୟନ୍ତା ଜାଳିଦେଇଥିବା ଭଳି ଏକ ଲୋମହର୍ଷଣ ଘଟଣା ସାମ୍ନାକୁ ଆସିଛି । ତେବେ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅବୈଧ ସଂପର୍କ ରଖିବାରେ ବାଧା ସୃଷ୍ଟି କରିବାରୁ ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀକୁ ଚୌକିରେ ବାନ୍ଦି ଜିୟନ୍ତା ଜାଳିଦେଇଥିବା ସୂଚନା ମିଳିଛି ।

ପୋଲିସର ସୂଚନା ମୁତାବକ ଜିଲ୍ଲାର ସୁରୟାୱା ଥାନା ଅଞ୍ଚଳ ଇନ୍ଦ୍ରାନଗର ନିବାସୀ ସମରେଶ ନିଜ ସ୍ତ୍ରୀ ଆମିନାଙ୍କୁ ଜବରଦସ୍ତି (56) ଏକ ଚୌକିରେ ବାନ୍ଧି ଦେଇଥିଲେ । ତା ପରେ ତାଙ୍କ ଉପରେ ତେଲ ଢ଼ାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ନିଜକୁ ବଞ୍ଚାଇବା ପାଇଁ ଆନିମା ସ୍ୱାମୀ ସମରେଶଙ୍କୁ ଧରି ପକାଇଥିଲେ ଯାହା ଫଳରେ ତାଙ୍କ ଦେହରେ ମଧ୍ୟ ଅଳ୍ପ ନିଆଁ ଲାଗିଯାଇଥିଲା । ତାଙ୍କ ପୁଅ ଝିଅ ଏହି ଦୃଶ୍ୟ ଦେଖି ବିଚଳିତ ହୋଇପଡ଼ିଥିଲେ । ଜଣାଇ ରଖୁଛୁ ଯେ ଆମିନାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏବଂ ସମରେଶଙ୍କର ୬୦ ପ୍ରତିଶତ ଜଳିଯାଇଥିବାରୁ ତାଙ୍କୁ ବାରାଣାସୀ ଟ୍ରୋମା ସେଣ୍ଟରକୁ ରେଫର କରିଦିଆଯାଇଥିଲା ।

ସୂଚନା ଅନୁୟାୟୀ, ସେହି ସ୍ଥାନ ଦେଇ ଯାଉଥିବା ଲୋକମାନେ ଜଳାପୋଡ଼ା ଗନ୍ଧ ଆସୁଥିବାରୁ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମିନାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ଏହି ମାମଲାରେ ଆମିନାଙ୍କ ଭାଇ ଅମୀନ ଅହମ୍ମଦ ସମରେଶଙ୍କ ବିରୋଧରେ ଏତଲା ଦେବାପରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛନ୍ତି ।

Leave a Reply