ଭୁବନେଶ୍ୱର: ସ୍ତ୍ରୀର ପରକୀୟା ପ୍ରୀତିକୁ ଧରିଲା ସ୍ବାମୀ। ଅସଂଯତ ଅବସ୍ଥାରେ ଅଶୋକ ନଗର ସ୍ଥିତ ଲଜରୁ ଉଦ୍ଧାର କଲା ସ୍ବାମୀ। କ୍ୟାପିଟାଲ ଥାନାରେ ସ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ କଲେ ସ୍ବାମୀ ବଳରାମ ଜେନା । ମହିଳା ଜଣଙ୍କ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଆସିଥିବା ଏତଲାରେ ଉଲ୍ଲେଖ କରିଛନ୍ତି।
ଗତ ୧୪ ତାରିଖରୁ ଘରୁ ଲୁଚି ପଳାଇ ଆସିଥିଲେ ମହିଳା ଜଣଙ୍କ। ଫେରାର ହୋଇଯିବା ପରେ ଅନ୍ୟ ଜଣେ ଯୁବକ ସହ ଅଶୋକ ନଗରର ଏକ ଲଜରେ ରହୁଥିଲେ। ନିଗମ ଲଜର ରୁମ ନମ୍ବର ୧୫ରେ ଲୁଚି ରହୁଥିଲେ ମହିଳା ଓ ତାଙ୍କ ପ୍ରେମିକ। ପୂର୍ବରୁ ଏନେଇ ଜଙ୍କିଆ ଥାନାରେ ନିଖୋଜ ହୋଇଥିବା ନେଇ ଏତଲା ଦେଇଥିଲେ ପରିବାର ଲୋକେ। ସ୍ୱାମୀଙ୍କ ଏତଲା ପରେ ଉଦ୍ଧାର କଲା କ୍ୟାପିଟାଲ ଥାନା ପୋଲିସ।

