କୋଭିଡ ହସ୍ପିଟାଲରୁ ଆସିଛି ଆଶ୍ୱସ୍ତିକର ଦୃଶ୍ୟ: ଆପଣାର ନୁହଁନ୍ତି କିନ୍ତୁ ଆତ୍ମୀୟଙ୍କ ଭଳି ଚାଲିଛି ଚିକିତ୍ସା

ବ୍ରହ୍ମପୁର:  ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ( ଏମକେସିଜି)ରୁ ଆସିଛି ଭଲଖବର । କରୋନା ରୋଗୀଙ୍କ ଚିକିତ୍ସା ସହ ଦିଆଯାଉଛି ଏକ୍ସଟ୍ରା କେୟାର । ବହୁ ସମୟରେ ମେଡିକାଲରେ ରୋଗୀଙ୍କୁ ଚିକିତ୍ସା ଅବା ଯତ୍ନ ଠିକ୍‌ରେ ନିଆଯାଉନଥିବା ଅଭିଯୋଗ ହେଉଛି । କିନ୍ତୁ ବ୍ରହ୍ମପୁର ବଡ଼ ମେଡିକାଲର ଏଭଳି ଚିତ୍ର ସମସ୍ତଙ୍କ ମନରେ ଆଶ୍ୱସ୍ତି ଆଣିଦେଇଛି ।

ଏମକେସିଜିରେ କରୋନା ରୋଗୀଙ୍କୁ ମେଡିକାଲ ଷ୍ଟାଫ ମାନଙ୍କ ଦ୍ୱାରା ଏକ୍ସଟ୍ରା କେୟାର କରାଯାଉଛି । କରୋନାରେ ଆକ୍ରାନ୍ତ ହେବା ପରେ ସାଧାରଣତଃ ଦୁର୍ବଳ ହୋଇଯାନ୍ତି ଲୋକ । ବୟସ୍କମାନେ ବସି ଉଠି ପାରୁନଥିବା ବେଳେ ଚାଲିବାରେ ବି ଅକ୍ଷମ ଥାନ୍ତି । ଏହି ସମୟରେ ନିଜର ଲୋକ ପାଖରେ ନାହାନ୍ତି । ତେଣୁ ହସ୍ପିଟାଲ ଷ୍ଟାଫ୍ ସେମାନଙ୍କ ଯତ୍ନ ନେଉଛନ୍ତି । ମହିଳାଙ୍କ ମୁଣ୍ଡ କୁଣ୍ଡାଇବା, ବେଣୀ ପକାଇବା, ଚୁଟିରେ ତେଲ ଲଗାଇବା, ପୁରୁଷଙ୍କୁ ଦାଢି କାଟିବା ପରି କେୟାର ନେଉଥିବାର ଭିଡିଓ ସାମ୍ନାକୁ ଆସିଛି । ଏଭଳି କରିବା ଦ୍ୱାରା ରୋଗୀ ମଧ୍ୟ ଧୀରେ ଧୀରେ ଆତ୍ମବିଶ୍ବାସ ପାଇ ସୁସ୍ଥ ହେଉଥିବା ଦେଖାଯାଉଛି । ଏଭଳି ଭିଡ଼ିଓକୁ ନେଇ ଜିଲା ପ୍ରଶାସନ ଡାକ୍ତର ଓ ମେଡିକାଲ ଟିମକୁ ପ୍ରଶଂସା କରିଛନ୍ତି ।

Leave a Reply