‘ଭାରତ ପ୍ରକୃତ ବନ୍ଧୁଙ୍କୁ ଏବେ ଚିହ୍ନୁଛି ’

ନୂଆଦିଲ୍ଲୀ: ଦୁନିଆରେ କୌଣସି ମଧ୍ୟ ଦେଶ ସମସ୍ତଙ୍କୁ ନିଜ ଦେଶକୁ ସ୍ୱାଗତ କରେ ନାହିଁ । ଶନିବାର ଦିନ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏଠାରେ ଆୟୋଜିତ ଗ୍ଲୋବାଲ ବିଜନେସ ସମିଟରେ ଯୋଗ ଦେଇ ସିଏଏ ଉପରେ ମତ ଦେଇ ଏହା କହିଛନ୍ତି । ସିଏଏକୁ ବିରୋଧ କରୁଥିବା ଦେଶଙ୍କୁ ସିଧାସଳଖ ଉତ୍ତର ଦେଇ ବିଦେଶ ମନ୍ତ୍ରୀ କହିଥିଲେ ଯେ, ମୋତେ ଦୁନିଆର ଏମିତି ଗୋଟିଏ ଦେଶର ନାମ କୁହନ୍ତୁ, ଯିଏ ସମସ୍ତଙ୍କୁ(ଶରଣାର୍ଥୀ) ସ୍ୱାଗତ କରିଥାଏ । ସିଏଏ ଆମର ଆଭ୍ୟନ୍ତରୀଣ ମାମଲା । ଏହା ସହ ଅନ୍ୟକୌଣସି ରାଷ୍ଟ୍ରଙ୍କର କିଛି ବି ସମ୍ପର୍କ ନାହିଁ ।

ମୋଦି ସରକାରଙ୍କ ନୂଆ ବିଦେଶ ନୀତି କାରଣରୁ ପୁରୁଣା ବନ୍ଧୁଙ୍କୁ ଭାରତ ହରାଉଛି କି ? ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ,ଏବେ ସମ୍ଭବତଃ ଭାରତକୁ ତାର ପ୍ରକୃତ ବନ୍ଧୁଙ୍କ ପରିଚୟ ମିଳୁଛି । ଗୋଟିଏ ସମୟରେ ବିପଦ ଅଧିକ ଥିଲା, ଆମ କ୍ଷମତା କମ ଥିଲା । ସେତେବେଳେ ଆମେ ଦୁନିଆକୁ ମ୍ୟାନେଜ୍ କରିବାର ରଣନୀତି ତିଆରି କରିଥିଲୁ କିନ୍ତୁ ଏବେ ସେମିତି କିଛି ନାହିଁ । ଭାରତ ଏବେ ବିଶ୍ୱର ୫ମ ବୃହତ୍ତମ ଅର୍ଥ ବ୍ୟବସ୍ଥା । ଦିନେ ଏହା ତୃତୀୟ ବୃହତ ଅର୍ଥ ବ୍ୟବସ୍ଥା ବନିଯିବ । ଦୁନିଆ ବଦଳୁଛି । ଏବେ ଆମକୁ ଦୁନିଆକୁ ଅଲଗା ଉପାୟରେ ସମ୍ଭାଳିବାକୁ ପଡିବ ।

Leave a Reply