ଦ୍ୱାଦଶ ପରୀକ୍ଷା ପ୍ରାକ୍ଟିକାଲ ଆସେସମେଣ୍ଟ ଦାଖଲ ସମୟ ବୃଦ୍ଧି

ନୂଆଦିଲ୍ଲୀ: ଦ୍ୱାଦଶ ପରୀକ୍ଷା ପ୍ରାକ୍ଟିକାଲ ଆସେସମେଣ୍ଟ ଦାଖଲ ସମୟ ବୃଦ୍ଧି କରାଯାଇଛି । ଆସେସମେଣ୍ଟ ଦାଖଲ ସମୟ ୨୮ ତାରିଖ ଯାଏଁ ବୃଦ୍ଧି ହୋଇଛି । ଏ ନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି । ବାକିଥିବା ପ୍ରାକ୍ଟିକାଲ ଆସେସମେଣ୍ଟ କାର୍ଯ୍ୟ ଅନଲାଇନରେ ହେବ । ସେପଟେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ୧୫ ଦିନ ଭିତରେ ବିଶେଷଜ୍ଞ କମିଟି ଗଠନ ହେବ । ସିବିଏସ୍ଇ ପଲିସିକୁ କମିଟି ସଦସ୍ୟମାନେ ତର୍ଜମା କରିବେ । ପରେ ନିଷ୍ପତ୍ତି ହେବ ଯେ, କେଉଁ ଆଧାରରେ ମାର୍କ ଦିଆଯିବ । ଡେଡ୍ଲାଇନ୍ ଅନୁସାରେ ଫଳ ପ୍ରକାଶ କରାଯିବା ନେଇ ନିଷ୍ପତ୍ତି ହୋଇଛି ।