ଅକ୍ଟୋବରରେ ଜାରି ରହିବ ସେପ୍ଟେମ୍ବର ଗାଇଡଲାଇନ୍, ଟ୍ୱିନ୍ ସିଟି ପାଇଁ କଟକଣା
1 min read
ଭୁବନେଶ୍ୱର: ଆସିଲା ଅକ୍ଟୋବର କରୋନା ଗାଇଡଲାଇନ୍ । ନୂଆ ଗାଇଡଲାଇନ୍ ନଭେମ୍ବର ୧ ଯାଏ ଜାରି ରହିବ । ସେପ୍ଟେମ୍ବରରେ ଜାରି ହୋଇଥିବା ଗାଇଡଲାଇନ୍ ଅକ୍ଟୋବରରେ ବଳବତ୍ତର ରହିବ । ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ପାର୍ବଣପାଇଁ କଟକ-ଭୁବନେଶ୍ବରରେ କଟକଣାକୁ କଡ଼ାକଡ଼ି କରାଯାଇଛି ।
ଟ୍ୱିନ୍ ସିଟିରେ ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ କଟକଣା କଡ଼ାକଡ଼ି ହେବ । ରାତି ୮ରୁ ସକାଳ ୫ଟା ଯାଏଁ ଜାରି ହେବ ନାଇଟ୍ କର୍ଫ୍ୟୁ । ଅନ୍ୟ ସହରାଞ୍ଚଳରେ ରାତି ୧୦ ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ରହିବ । ପୂଜା ପାର୍ବଣ ସମୟରେ ବଡ଼ ଧରଣର ସମାବେଶକୁ ବାରଣ କରାଯାଇଛି ।