ଗୁଡୁପୋଖରୀରେ ଗୋଷ୍ଠୀ ସଂଘର୍ଷ ଘଟଣା, ବଢିଲା କର୍ଫୁର ଅବଧି

ଭଦ୍ରକ : ଆରଡି ଧାମନଗର ଗୁଡୁପୋଖରୀରେ ୨ ଗୋଷ୍ଠୀଙ୍କ ସଂଘର୍ଷ ଘଟଣା । ଘଟଣାସ୍ଥଳରେ ବଢିଲା କର୍ଫୁର ଅବଧି । ପୂର୍ବରୁ ୧୯ରୁ ୨୧ତାରିଖ ରାତି ୧୦ଯାଏଁ ଧାରା ୧୬୩ ଲାଗୁ କରାଯାଇଥିଲା । ପୁର୍ନବାର ଏହି ଧାରା ୧୬୩ ଆସନ୍ତା ୨୩ତାରିଖ ସକାଳ  ୧୦ଟା ଯାଏଁ ବୃଦ୍ଧି କରିଛନ୍ତି ଭଦ୍ରକ ଉପଜିଲାପାଳ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ଦୋକାନବଜାର ବନ୍ଦ ରହିବାକୁ ନିର୍ଦେଶ ଦିଆଯାଇଛି । ଘଟଣା ସ୍ଥଳରେ ଚାପା ଉତେଜନା ଥିବାରୁ ୬ପ୍ଲାଟୁନ ଫୋର୍ସ ମୃତୟନ ରହିଛନ୍ତି ।