ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ଭିଡିଓ କନଫରେନ୍ସିଂ ଯୋଗେ କାଶୀପୁରସ୍ଥିତ ଉତ୍କଳ ଆଲୁମିନାର ସମ୍ପ୍ରସାରିତ ରିଫାଇନାରୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଆଦିତ୍ୟ ବିର୍ଲା ଗ୍ରୁପ୍ ୧୫୦୦ କୋଟି ଟଙ୍କା ନିବେଶ କରିଛି । ସମ୍ପ୍ରସାରଣ ପରେ ବାର୍ଷିକ ଆଲୁମିନା ଉତ୍ପାଦନ ୦.୫ ମିଲିଅନ୍ ଟନରୁ ୨ ମିଲିଅନ୍ ଟନକୁ ବୃଦ୍ଧି ପାଇଛି । ଏହି ନୂଆ ୟୁନିଟରେ ୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପରେ ୧୨ ହଜାରରୁ ଅଧିକ ଲୋକ କାମ କରୁଛନ୍ତି ।
Hon'ble CM Sri @Naveen_Odisha today inaugurated the expansion project of Utkal Alumina Refinery at Kashipur, Rayagada. With this expansion, the production capacity of Utkal Alumina has been enhanced to 2 MTPA. pic.twitter.com/SjGXC3XCPD
— I & PR Department, Odisha (@IPR_Odisha) September 16, 2021
କରୋନା କାଳରେ ସମ୍ପ୍ରସାରିତ ୟୁନିଟକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ମହାମାରୀ ପ୍ରଭାବରୁ ଅର୍ଥନୀତି ମୁକ୍ତ ହୋଇ ଅଭିବୃଦ୍ଧି ଆଡ଼କୁ ବଢ଼ୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ମେଟାଲ୍, ମାଇନିଂ. ସିମେଣ୍ଟ, ଆର୍ଥିକ ସେବା, ଫାସନ ଓ ରିଟେଲ ଶିଳ୍ପ କ୍ଷେତ୍ରରେ ଆଦିତ୍ୟ ବିର୍ଲା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନଜୀବିକା କ୍ଷେତ୍ରରେ ମଧ୍ୟ ଆଦିତ୍ୟ ବିର୍ଲା ଗ୍ରୁପର ଅଂଶଗ୍ରହଣ ରହିଛି ।
ଆୟୋଜିତ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଏମଏସଏମଇ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହ ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଓ ହିଣ୍ଡାଲକୋ ଏମଡି ସତୀଶ ପାଇ ଯୋଗ ଦେଇଥିଲେ ।