କୋଣାର୍କ ଏକ୍ସପ୍ରେସରୁ ମିଳିଲା ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ
1 min read
ଭୁବନେଶ୍ବର: କୋଣାର୍କ ଏକ୍ସପ୍ରେସରେ ବିସ୍ଫୋରକ ସାମଗ୍ରୀ ଠାବ ଘଟଣାରେ RPF ଥାନାରେ ପହଁଚିଲା ବୋମା ନିଷ୍କ୍ରିୟକାରୀ ଟିମ୍ । ବିସ୍ଫୋରକ ବିଷୟରେ ତଥ୍ୟ ନେବ ବୋମା ନିସ୍କ୍ରିୟକାରୀ ଟିମ୍ । ଭୁବନେଶ୍ୱର ଷ୍ଟେସନରେ ଟ୍ରେନର ସାଧାରଣ ବଗିରୁ ବିସ୍ଫୋରକ ଠାବ ହୋଇଥିଲା । ସଫେଇ କର୍ମଚାରୀ ଶବ୍ଦ ଶୁଣି ଓ ଧୂଆଁ ବାହାରିବା ଦେଖି GRPକୁ ଖବର ଦେଇଥିଲେ ।
୮ଟି ରେଡ୍ ପାରାଚ୍ୟୁଟ ସିଗନାଲ, ୧୫ ରକେଟ ପାରାଚ୍ୟୁଟ ଫ୍ଲାୟର ଠାବ ହୋଇଛି । ଗୋଟିଏ ପାଥ୍ ଫାଇଣ୍ଡର ସର୍ଟ ମଧ୍ୟ ଠାବ କଲେ ସଫେଇ କର୍ମଚାରୀ । ସିସିଟିଭି ଯାଞ୍ଚ ସହ କିଏ ଏସବୁ ଆଣିଲା ସେ ନେଇ ଖୋଳତାଡ଼ ଜାରି ରହିଛି ।