କାବୁଲରେ ବିସ୍ଫୋରଣ; ୯ ମୃତ ଓ ୨୦ରୁ ଅଧିକ ଆହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ରବିବାର ଦିନ ବୋମା ବିସ୍ଫୋରଣ ଘଟିଛି । ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ହେବା ସହ ୨୦ରୁ ଅଧିକ ଆହତ ହୋଇଛନ୍ତି ।
ମିଡିଆ ରିପୋର୍ଟ ମୁତାବକ ଆଫଗାନିସ୍ତାନର ଆନ୍ତରିକ ମାମଲା ମନ୍ତ୍ରୀ ମସୁଦ ଅଦାରବି ଏସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏହି ବିସ୍ଫୋରଣରେ ୯ ଜଣ ମୃତ ଏବଂ ୨୦ରୁ ଅଧିକ ଆହତ ହୋଇଥିବା ନେଇ ସେ କହିଛନ୍ତି । ବିସ୍ଫାେରଣ ଘଟିଥିବା ଅଞ୍ଚଳକୁ ସୁରକ୍ଷାକର୍ମୀ ମାନେ ଘେରାବନ୍ଦୀ କରିଛନ୍ତି ।
ସେହିପରି ଗତ ମଙ୍ଗଳବାର ଦିନ ବୋମା ବିସ୍ଫୋରଣ ଓ ଗୁଳିମାଡରେ ପାଖାପାଖି ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ବିସ୍ଫାେରଣ ସେତେବେଳେ ଘଟିଥିଲା ଯେତେବେଳେ ତାଲିବାନ ଓ ଆଫଗାନ ସରକାରଙ୍କ ମଧ୍ୟରେ ଶାନ୍ତି ସ୍ଥାପନା ନେଇ ବୁଝାମଣା ହେଉଛି ।