spot_img

Latest Posts

କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୬ ଜୀବନ୍ତ ଦଗ୍ଧ

ଅହମଦାବାଦ: ଗୁଜରାଟର ଭରୁଚ ସହରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ରବିବାର ରାତିରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ କର୍ମଚାରୀଙ୍କ ପତ୍ତା ମିଳୁନି। ପୁଲିସ୍‌ ମାମଲା ରୁଜୁ କରି ସନ୍ଧାନ ଜାରି ରଖିଛି।

ସୂଚନା ମୁତାବକ ରବିବାର ବିଳମ୍ବିତ ରାତିରେ ଭରୁଚ ସହରସ୍ଥିତ ଓମ୍‌ ଅର୍ଗାନିକ କେମିକାଲ ଫ୍ୟାକ୍ଟ୍ରିରେ ହଠାତ୍‌ ଭୟଙ୍କର ବ୍ଲାଷ୍ଟ  ହୋଇଥିଲା। ଏହାପରେ ଫ୍ୟାକ୍ଟ୍ରିରେ  ନିଆଁ ଲାଗି  ୫ କର୍ମଚାରୀ ଜୀଅନ୍ତା ଜଳି ଯାଇଥିଲେ। ଅଗ୍ନିକାଣ୍ଡରେ ଫ୍ୟକ୍ଟ୍ରିର ସମସ୍ତ ଜିନିଷ ବି ଜଳିଯଆଇଛି। ଏହି ବ୍ଲାଷ୍ଟର ଶବ୍ଦ ଏତେ ପ୍ରଖର ଥିଲା ଯେ, ବହୁ ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଅନୁଭୂତ ହୋଇଥିଲା।

ଭରୁଚରେ ଏଭଳି ବ୍ଲାଷ୍ଟ ପ୍ରଥମ ଘଟଣା ନୁହେଁ। ସେଠାରେ ବହୁ ସଂଖ୍ୟାରେ କେମିକାଲ ଫ୍ୟାକ୍ଟ୍ରି ଥିବା ବେଳେ ପୂର୍ବରୁ ମଧ୍ଯ ଏପରି ଅନେକ ବିସ୍ଫୋରଣ ହୋଇସାରିଛି । ୨୦୨୧ ଫେବୃୟାରୀ ୨୩ରେ ଏକ କମ୍ପାନୀରେ ବ୍ଳାଷ୍ଟ ହୋଇ ୨୪ ଜଣ ଗୁରୁତର ହୋଇଥିଲେ। ଏହି ବ୍ଲାଷ୍ଟର ଶବ୍ଦ ୨୦ କିମି ଦୂର ପର୍ଯ୍ୟନ୍ତ ଶୁଭିଥିଲା। ଏହା ଏତେ ପ୍ରଚଣ୍ଡ ଥିଲା ଯେ, ଆଖପାଖ ଗାଁରେ ଭୂକମ୍ପ ମଧ୍ୟ ଅନୁଭୂତ ହୋଇଥିଲା।

ଏହା ବ୍ୟତୀତ ୨ ବର୍ଷ ପୂର୍ବେ ମଧ୍ୟ ଏକ କେମିକାଲ ଫ୍ୟାକ୍ଟ୍ରିରେ ବଏଲର ବ୍ଲାଷ୍ଟ ହୋଇଥଲା ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥଲା ଓ ୫୨ ଜଣ ଗୁରୁତର ଆହତ ହୋଇଥିଲେ। ବ୍ଲାଷ୍ଟ ଏତେ ପ୍ରଖର ଥିଲା ଯେ ଆଖପାଖ ଗାଁର ପ୍ରାୟ ୫ ହଜାର ଘର ଖାଲି କରାଯାଇଥିଲା।

 

 

Latest Posts

Don't Miss