ଦେଶରେ ସାଢ଼େ ୭ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା: ‘ହୋଇନି ଗୋଷ୍ଠୀ ସଂକ୍ରମଣ’

1 min read

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ  ସଂଖ୍ୟା ୭.୫ ଲକ୍ଷ ଅତିକ୍ରମ କରିଛି | ଏହି ସମୟରେ କେନ୍ଦ୍ର ସରକାର କ୍ରମାଗତ ଭାବରେ ଦାବି କରୁଛନ୍ତି ଯେ, ଦେଶରେ କୌଣସି ପ୍ରକାର ସାମାଜିକ ସଂକ୍ରମଣ ହୋଇନାହିଁ । ଶୁକ୍ରବାର ପୁଣିଥରେ ଦେଶର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏହା ଦୋହରାଇଛନ୍ତି।

union heath minister harsh vardhan ani twitter pic

ସେ କହିଛନ୍ତି, ‘ଆଜି ଆମର ଆଲୋଚନା ସମୟରେ ବିଶେଷଜ୍ଞମାନେ ପୁଣିଥରେ କହିଛନ୍ତି ଯେ, ଭାରତରେ କୌଣସି ପ୍ରକାର ସାମାଜିକ ସଂକ୍ରମଣ ହୋଇନାହିଁ । କିଛି ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ଅଧିକ ହୋଇଥାଇପାରେ, କିନ୍ତୁ ଦେଶରେ କୌଣସି ପ୍ରକାର ସାମାଜିକ ସଂକ୍ରମଣ ହୋଇନାହିଁ ।

No Community Transmission of COVID-19 in India Yet; Virus Spread ...

‘ ସେ ଆହୁରି କହିଛନ୍ତି ଯେ, ଆମର ଆରୋଗ୍ୟ ହାର ୬୨.୦୮ ପ୍ରତିଶତ, ଆମର ମୃତ୍ୟୁ ହାର ବିଶ୍ୱରେ ସର୍ବନିମ୍ନ 2.75 ପ୍ରତିଶତ। ଆମର ସଂକ୍ରମିତ ସଂଖ୍ୟା ଡବଲ୍ ହାର ହେଉଛି 21.8 ଦିନ | ବିଶେଷଜ୍ଞମାନେ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ଭାରତରେ କୌଣସି ସାମାଜିକ ସଂକ୍ରମଣ ହୋଇନାହିଁ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୪ ହଜାର ୮୭୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଏହି ବିଶ୍ୱ ମହାମାରୀରେ ୪୮୭ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୭ ହଜାର ୨୯୬ ରହିଛି । ଏଯାବତ୍‌ ୪ ଲକ୍ଷ ୭୬ ହଜାର ୩୭୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବଂ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।  ତେବେ କରୋନା ଭାଇରସ୍ ଯୋଗୁଁ ଦେଶରେ ସମୁଦାୟ ୨୧ ହଜାର ୧୨୯ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply