ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ଫାର୍ମା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟକୁ ଝଟକା। ପିଲାଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ସେରମ୍ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାଭାକ୍ସ ଟ୍ରାଏଲ ପାଇଁ ଅନୁମତି ଦେଲାନି ସରକାରୀ ପ୍ୟାନେଲ।

୨ରୁ ୧୭ବର୍ଷ ପିଲାଙ୍କ କ୍ଷେତ୍ରରେ କୋଭାଭାକ୍ସ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ନ କରିବାକୁ ସୁପାରିସ କରିଛି ପ୍ୟାନେଲ । ପିଲାଙ୍କ ଉପରେ ଟିକା ଟ୍ରାଏଲ କରିବାକୁ ସେରମ ଇନଷ୍ଟିଚ୍ୟୁଟ୍ ଗତ ୨୮ ତାରିଖରେ DCGIର ଅନୁମତି ଲୋଡ଼ିଥିଲା।

ହେଲେ କେନ୍ଦ୍ର ସରକାରଙ୍କ ପ୍ୟାନେଲ ଅନୁମତି ଦେବାକୁ ମନା କରିଦେଇଛି । ଅନ୍ୟ କୌଣସି ଦେଶରେ କୋଭୋଭାକ୍ସକୁ ଅନୁମତି ମିଳି ନଥିବାରୁ ପିଲାଙ୍କ କ୍ଷେତ୍ରରେ ଟ୍ରାଏଲ ପାଇଁ ମଞ୍ଜୁରୀ ଦେବାକୁ ବିଶେଷଜ୍ଞ ଟିମ୍ ମନା କରିଦେଇଛନ୍ତି ।

