ତାମିଲନାଡୁରେ ଷ୍ଟାଲିନ, ପୁଡୁଚେରୀରେ ବିଜେପି

1 min read

ଭୁବନେଶ୍ୱର: ଏଥର AIADMK ହାତରୁ ଖସିପାରେ କ୍ଷମତା। ତାମିଲନାଡୁରେ ଚାଲିବ ଷ୍ଟାଲିନ୍ ରାଜ୍ । AIADMK ଓ ବିଜେପିକୁ ଝଟକା ଦେଇପାରେ ଚଳିତ ନିର୍ବାଚନ। ବୁଥ୍ ବାହୁଡା ମତ ଏଭଳି ଆକଳନ କରି ବିଜେପି ଓ AIADMK ପାଇଁ ଚିନ୍ତା ବଢାଇଦେଇଛି । ରିପବ୍ଲିକର ପୂର୍ବାନୁମାନ ଅନୁସାରେ DMK ଓ କଂଗ୍ରେସ ମେଣ୍ଟକୁ ମିଳିବ ୧୬୦ରୁ ୧୭୦ ଆସନ । ସେହିଭଳି ବିଜେପି ଓ AIADMK ମେଣ୍ଟକୁ ମିଳିବ ୫୮ରୁ ୬୮ ମିଳୁଛି।

ସେହିପରି ଆଜତକ୍ ସର୍ଭେରେ ବିଜେପି ମେଣ୍ଟକୁ 38-54 ଆସନ ମିଳିବା ନେଇ ଆକଳନ କରାଯାଉଥିବାବେଳେ କଂଗ୍ରେସକୁ 175-195 ଆସନ ଓ ଅନ୍ୟ ଦଳକୁ 01-03 ଆସନ ମିଳିପାରେ ବୋଲି କୁହାଯାଇଛି । ତାମିଲନାଡୁରେ ମୋଟ୍ ଆସନ ସଂଖ୍ୟା ହେଉଛି 234 ରହିଥିବାବେଳେ ସରକାର ଗଢିବା ପାଇଁ ଆବଶ୍ୟକ 118ଟି ଆସନର ଆବଶ୍ୟକ ରହିଛି ।

ଅନ୍ୟପଟେ ପୁଡୁଚେରୀରେ କଂଗ୍ରେସ ହାତରୁ ଖସିପାରେ କ୍ଷମତା । ପ୍ରାୟତଃ ଏକଜିଟ୍ ପୋଲରେ ପୁଡୁଚେରୀରେ ବିଜେପି ସରକାର ଗଢିବା ନେଇ ଅନୁମାନ କରାଯାଇଛି। ରିପବ୍ଲିକର ପୂର୍ବାନୁମାନ ଅନୁସାରେ ବିଜେପି ମେଣ୍ଟକୁ୧୬ରୁ ୨୦ ଓ କଂଗ୍ରେସ ମେଣ୍ଟ ୧୧ରୁ ୧୩ଟି ଆସନ ମିଳିବ। ଚଳିତ ନିର୍ବାଚନରେ କଂଗ୍ରେସ ପାଇଁ ଚିନ୍ତାର କାରଣ ସାଜିଛନ୍ତି ନିଜ ଦଳର ବିଧାୟକମାନେ। ଦଳବଦଳ ପାଇଁ କଂଗ୍ରେସ ନିର୍ବାଚନ ପୂର୍ବରୁ କ୍ଷମତା ହରାଇଥିବାବେଳେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଥିଲା।

Leave a Reply