ଆସାମ-କେରଳରେ ବଦଳିବନି ସରକାର, ବିରୋଧି ଉପରେ ନାହିଁ ଭରସା !
1 min readଭୁବନେଶ୍ୱର: ଆସାମ, କେରଳରେ ଅପରିବର୍ତ୍ତିତ ସରକାର । କ୍ଷମତା ବଜାୟ ରଖିବ ବିଜେପି । ଏକଜିଟ ପୋଲ କହୁଛି ପୁଣି ଥରେ ଆସାମରେ ଭାରତୀୟ ଜନତା ପାର୍ଟିକୁ ମିଳିବାକୁ ଯାଉଛି ବହୁ ମତ । ଆକଳନ କରିଥିବା ସମସ୍ତ ସଂସ୍ଥାର ବୁଥ ବାହୁଡା ମତ ବିଜେପିକୁ ସର୍ବାଧିକ ଆସନ ମିଳୁଥିବା ଦର୍ଶାଇଛନ୍ତି । ସେହିପରି କେରଳରେ ମଧ୍ୟ LDF ଆଉଥରେ ସରକାର ଗଢିବାକୁ ଯାଉଥିବା କହିଛି ବୁଥ ବାହୁଡା ମତ ।
ଆସାମ ପାଇଁ CNNର ପୂର୍ବାନୁମାନ ବିଜେପି ମେଣ୍ଟକୁ-୭୫ରୁ ୮୫ ଆସନ ଦେଇଛି । କଂଗ୍ରେସ ମେଣ୍ଟକୁ ୪୦ରୁ ୫୦ ଓ ଅନ୍ୟମାନଙ୍କୁ ୧ରୁ ୩ଆସନ ମିଳିପାରେ ବୋଲି ଆକଳନ କରିଛି । ସେହିପରି ଇଣ୍ଡିଆ ଟୁଡେ ଆଜତକର ପୂର୍ବାନୁମାନ ଅନୁଯାୟୀ ବିଜେପି ମେଣ୍ଟ-୭୫ରୁ ୮୫, କଂଗ୍ରେସ ମେଣ୍ଟ ୪୦ରୁ ୫୦ ଓ ଅନ୍ୟମାନଙ୍କୁ ୧ରୁ ୪ଆସନ ମିଳିବା ନେଇ ପୂର୍ବାନୁମାନ କରିଛି ସଂସ୍ଥା । ଅନ୍ୟପଟେ ରିପ୍ଲବିକ ଭାରତ ବିଜେପିକୁ ୭୪ରୁ ୮୪ ଆସନ ଦେଇଥିବାବେଳେ କଂଗ୍ରେସକୁ ୪୦ରୁ ୫୦ ଆସନ ମିଳୁଥିବା ଦର୍ଶାଇଛି ।
କେରଳକୁ ନେଇ ଏକଜିଟ ପୋଲ ମଧ୍ୟ ସମାନ ଆକଳନ କରିଛି । ପୁଣିଥରେ ବାମ ଦଳ LDF ସରକାର ଗଢୁଥିବା ପ୍ରକାଶ କରିଛି ଏକଜିଟ ପୋଲ ଫଳାଫଳ । ଟାଇମସ ନାଓ ସି ଭୋଟର ରିପୋର୍ଟ ମୁତାବକ ଚଳିତ ନିର୍ବାଚନରେ କେରଳ ଲୋକେ ପୁନର୍ବାର ପିନାରାଇ ବିଜୟନଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଅର୍ଥାତ LDFକୁ ୭୪ ଆସନ ମିଳିବାକୁ ଯାଉଥିବାବେଳେ UDFକୁ ୬୫ ଆସନ ଏବଂ ଅନ୍ୟଦଳକୁ ଗୋଟିଏ ସିଟ ମିଳୁଥିବା କହିଛି ଟାଇମ୍ସ ନାଓ ।
ସେହିପରି କେରଳ ପାଇଁ CNNର ପୂର୍ବାନୁମାନ ପ୍ରକାଶ ପାଇଛି । LDFକୁ CNN ୭୨ରୁ ୮୦ଟି ଆସନ ଦେଉଥିବା ବେଳେ, UDFକୁ ୫୪ରୁ ୬୪ ଆସନ ମିଳିବାକୁ ଯାଉଥିବା ବେଳେ ବିଜେପି ଭାଗରେ ୧ରୁ ୫ ସିଟ ପଡିପାରେ ବୋଲି ଆକଳନ କରିଛି ସିଏନଏନ ।