ଏଥର ଏକଜିଟ୍ ପୋଲ ଆକଳନରେ ମହାରାଷ୍ଟ୍ର ଓ ହରିୟାଣାରେ କିଏ ?

1 min read

ମହାରାଷ୍ଟ୍ର ଓ ହରିୟାଣାରେ ମତଦାନ ଶେଷ ହେବା ସହ ରାଷ୍ଟ୍ରୀୟ ଗଣମାଧ୍ୟମରେ ଏକଜିଟ୍ ପୋଲ ପ୍ରକାଶ ପାଇଛି । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ ଆକଳନ ଅନୁସାରେ ପୁଣି ଥରେ ମହାରାଷ୍ଟ୍ରରେ କ୍ଷମତା ଦଖଲ କରିବ ବିଜେପି-ଶିବସେନା ମେଣ୍ଟ ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି-ଶିବସେନା ମେଣ୍ଟ ୨୩୦ ସିଟ୍ ଦଖଲ କରିବ ବୋଲି ଆକଳନ କରିଛି ଟାଇମ୍ସ ନାଓ ଚ୍ୟାନେଲ୍। କଂଗ୍ରେସ-ଏନସିପି ମେଣ୍ଟ ମାତ୍ର ୪୮ଟି ସିଟରେ ସୀମିତ ରହିଯିବ ବୋଲି ଏକଜିଟ୍ ପୋଲ କହୁଛି । ଅନ୍ୟମାନଙ୍କ ଭାଗରେ ପଡ଼ିବ ମାତ୍ର ୧୦ଟି ଆସନ ।

ଇଣ୍ଡିଆ ଟୁଡେ-ମାଇଁ ଆକ୍ସିସ ଏକଜିଟ୍ ପୋଲ ଅନୁଯାୟୀ ମହାରାଷ୍ଟ୍ରରେ ବିଜେପି ୧୮୧, କଂଗ୍ରେସ ୮୧ ସିଟ୍ ପାଉଥିବା ବେଳେ ସ୍ୱାଧୀନ ଓ ଅନ୍ୟ ଦଳକୁ ମିଳିବ ମାତ୍ର ୨୬ଟି ଆସନ ।

ଏବିପି-ସି ଭୋଟର ଅନୁଯାୟୀ ବିଜେପି ୨୦୪, କଂଗ୍ରେସ ୬୯ ଓ ଅନ୍ୟ ଦଳକୁ ୧୫ଟି ଆସନ ଯିବ । ଟିଭି-୯ ମରାଠୀର ଆକଳନ ଅନୁଯାୟୀ ବିଜେପି ୧୯୭, କଂଗ୍ରେସ ୭୫ ଓ ଅନ୍ୟମାନଙ୍କୁ ୧୬ଟି ଆସନ ମିଳିବ । ଜନ କି ବାତ୍ ଆକଳନ କହୁଛି ବିଜେପି ୨୨୩, କଂଗ୍ରେସ ୫୪ ଓ ଅନ୍ୟ ଦଳ ମାତ୍ର ୧୧ଟି ଆସନ ମିଳିବ।

ସବୁ ଏକଜିଟ୍ ପୋଲ୍ ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ପ୍ରଦାନ କରିଥିବା ବେଳେ ଆସନ୍ତା ୨୪ ତାରିଖରେ ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ।

କଣ କହୁଛି ହରିୟାଣା ଏକଜିଟ୍ ପୋଲ ?

ଏକଜିଟ୍ ପୋଲର ଆକଳନ ଅନୁସାରେ ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣାରେ ପୁଣିଥରେ ବିଜେପି ସରକାର ଗଢ଼ିବ । ଟାଇମ୍ସ ନାଓ ଏକଜିଟ୍ ପୋଲ ଅନୁଯାୟୀ ବିଜେପି ୭୧ଟି ଆସନ ପାଉଥିବା ବେଳେ କଂଗ୍ରେସକୁ ମାତ୍ର ୧୧ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ଜେଜେପି ୫ ଓ ଅନ୍ୟମାନଙ୍କୁ ୩ଟି ଆସନ ମିଳିବ ।

ଜନ୍ କି ବାତ୍ ଆକଳନ କହୁଛି ବିଜେପି ୫୭, କଂଗ୍ରେସ ୧୭ ଓ ଅନ୍ୟ ଦଳ ୧୬ଟି ଆସନ ପାଇବେ । ନ୍ୟୁଜ୍ ଏକ୍ସର ଏକଜିଟ୍ ପୋଲ ବିଜେପିକୁ ୭୭, କଂଗ୍ରେସକୁ ୧୧ ଓ ଅନ୍ୟ ଦଳକୁ ୨ଟି ଆସନ ଦେଇଛି  । ')}

Leave a Reply